ଗୁଜୁରାଟରେ ଜାତୀୟ ମେୟର ସମ୍ମିଳନୀକୁ ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦/୦୯:ଗୁଜୁରାଟରେ ଜାତୀୟ ମେୟର ସମ୍ମିଳନୀ,ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ| ଆଜିଠୁ ଗୁଜୁରାଟରେ ଦୁଇ ଦିନିଆ ଜାତୀୟ ମେୟର ସମ୍ମିଳନୀ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ମିଳନୀରେ ବିଶେଷ କରି ଭବିଷ୍ୟତ ସହରୀ ବିକାଶ ଯୋଜନା ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଏସମ୍ପର୍କରେ ମେୟର ମାନଙ୍କୁ ମାର୍ଗଦର୍ଶନ କରିବେ ବୋଲି ସୂଚନା ମିଳିଛି।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଦୁଇ ଦିନିଆ ମେୟର ସମ୍ମିଳନୀରେ ବିଜେପି ଶାସିତ ମହାନଗର ନିଗମର 121ମେୟର ଏବଂ ଡେପୁଟି ମେୟର ମାନେ ଅଂଶଗ୍ରହଣ କରିବେ। ସେହିପରି 18 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ନିର୍ବାଚିତ ପ୍ରତିନିଧୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ନିଜର ମତାମତ ରଖିବେ ବୋଲି ଜଣାପଡିଛି। ବିଜେପିର ଗୁଡ୍ ଗଭର୍ନାନ୍ସ ସେଲ୍ ଦ୍ବରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: