ଗୁଜୁରାଟରେ ପ୍ରତିଷ୍ଠା ହେବ ବିଶ୍ୱର ପ୍ରଥମ ଗ୍ଲୋବାଲ ସେଣ୍ଟର

ନୂଆଦିଲ୍ଲୀ ୨୬।୩: ଗୁଜୁରାଟରେ ପ୍ରତିଷ୍ଠା ହେବ ବିଶ୍ୱର ପ୍ରଥମ ଗ୍ଲୋବାଲ ସେଣ୍ଟର|ପାରମ୍ପାରିକ ଔଷଧ ଉପରେ ଗବେଷଣା କରିବା ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ କେନ୍ଦ୍ର ଗୁଜୁରାଟର ଜାମନଗରରେ ପ୍ରତିଷ୍ଠା ହେବାକୁ ଯାଉଛି ।ଏଥିପାଇଁ ଗତକାଲି ଜେନେଭାରେ ଆୟୁଷ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ଡବ୍ଲୁଏଚଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୂଯାଇ ଏହି ଯୋଜନାରେ ୨୫୦ ମିଲିୟନ୍ ଡଲାର ଖର୍ଚ୍ଚ ହେବାକୁ ଯାଉଛି । ଆୟୁଷ୍ମାନ ମନ୍ତ୍ରଣାଳୟର ସଚିବ ପଦ୍ମଶ୍ରୀ ବୈଦ୍ୟ ରାଜେଶ କୋଟେଚା ଏବଂ ଡକ୍ଟର ଟେଡ୍ରୋସ୍ ଆଦନୋମ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ୍ଷେପ ସମ୍ପର୍କରେ କହିଛନ୍ତି ଯେ ଗୁଜୁରାଟର ଜାମନଗରରେ ପ୍ରତିଷ୍ଠା ହେବାକୁ ଥିବା ଗ୍ଲୋବାଲ ସେଣ୍ଟର ବିଶ୍ୱକୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶ୍ୱରଏହି ପ୍ରଥମ ଗ୍ଲୋବାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଭୁମି ପୂଜନ ୨୧ ଏପ୍ରିଲରେ ଅନୁଷ୍ଠିତ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: