ଗଞ୍ଜାମ,୨୯/୫(ମନୋଜ କୁମାର ପାତ୍ର):ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯିବା ସହ ଡ଼ାକବାଜି ଯନ୍ତ୍ର ଦ୍ୱାରା କିମ୍ବା ଅନ୍ୟ ମାଧ୍ୟମରେ ଜନସଚେତନ କରାଯାଉଛି । ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟ୍ଡ଼ାଉନ ଲାଗୁ କରାଯାଇଛି।ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି ଓ ଅତ୍ୟାବଶ୍ୟକ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର ସହ ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସ୍ କରିବା ପାଇଁ ପରାମର୍ଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ କୁକୁଡ଼ାଖଣ୍ଡି ବ୍ଳକ ଗୁରୁଣ୍ଠି ଗ୍ରାମ ପଞ୍ଚାୟତ ପକ୍ଷରୁ ସଚେତନତା ରାଲି କରାଯାଇଛି।ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ମିଳୁଥିବାରୁ ଏହି କରୋନା ମହାମାରୀ ଯୋଗୁଁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।ଗୁରୁଣ୍ଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଟି.ମିନତୀ ପାତ୍ରଙ୍କ ତତ୍ୱାବଧାନରେ ବିଭିନ୍ନ ସାହି ପରିକ୍ରମା କରି ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମଚାରୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ହାତରେ ପ୍ଲାକାର୍ଡ ଧରି ସ୍ଥାନୀୟ ବିଭିନ୍ନ ୱାଡ଼ର ପରିକ୍ରମା କରିବା ସହ ଜନସଚେତନ କରିଥିଲେ।ଡ଼ାକବାଜି ଯନ୍ତ୍ର ସହାୟତାରେ ନିଜର ଘର ଓ ପରିବେଶକୁ ସଫା ରଖିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା,ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ସାମାଜିକ ଦୂରତା ରକ୍ଷା କରିବା, ଅତ୍ୟାବଶ୍ୟକ ନହେଲେ ଘରୁ ବାହରକୁ ନଆସିବା,ଲକଡ଼ାଉନ, ସଟଡ଼ାଉନ ସମେତ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବା ସକାଶେ ପଞ୍ଚାୟତବାସୀଙ୍କୁ ଅନୁରୋଧ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜ ସେବକ ଟି.ନରସିଂହ ପାତ୍ର,ଏଏନ୍ଏମ୍ ସୁଜତା ରାଣୀ ଦାସ, ଅଙ୍ଗନୱାଡି କର୍ମୀ ବିଷ୍ଣୁପ୍ରିୟା ମଲଣା, ଗୀତାଞ୍ଜଳି ସାହୁ, ହରପ୍ରିୟା ନାୟକ, ସୋନ୍ତଷିନି ନାୟକ, ଆଶା କର୍ମୀ ରୁନୁ ପଣ୍ଡା, ଟି.ଲକ୍ଷ୍ମୀ ପାତ୍ର, ମହିନି ମହାରଣା, ଭାଗ୍ୟଲତା ସେଠୀ, ଏମ୍.ରାଜେଶ୍ୱରୀ ପାତ୍ର,ନମିତା ନାୟକ, ସହାୟିକା ସ୍ୱପ୍ନା କୁମାରୀ ନାୟକ,ଜିନିତା ବେହେରା, ବୁଡି ସାହୁ, ସାବିତ୍ରୀ ସାହୁ, ଲକ୍ଷ୍ମୀକାନ୍ତ ମଲଣାଙ୍କ ସମେତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |