ଗୁରୁଦିବସ ଉପଲକ୍ଷେ ଟିଚରସ୍ କପ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦଘାଟିତ ।

ବ୍ରହ୍ମପୁର,୦୪/୦୯/୨୨(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ପକ୍ଷରୁ ଗୁରୁଦିବସ ଅବସରରେ ଦୁଇ ଦିନିଆ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହା ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ବେଳେ ଟିଚରସ୍ କପ୍ ନାମରେ ଏହି ଟୁର୍ଣ୍ଣାମେଣ୍ଟ ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ।ରବିବାର ଅପରାହ୍ଣ ୪ଟା ସମୟରେ ଅନୁଷ୍ଠିତ ଏହି ଉଦଘାଟନୀ ମ୍ୟାଚରେ ଟାଇଟନ୍ ଟିମ୍ ସହ ୱାରିଅର୍ ଟିମ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏଥିରେ ଟାଇଟନ୍ ଟିମ୍ ୧୮-୧୫ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା ।ଏଥିରେ ୬ଟି ଟିମ ଅଂଶ ଗ୍ରହଣ କରିଥିଲେ ।ଆଜିର ଏହି ଉଦଘାଟନୀ ହ୍ୟାଣ୍ଡ ବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ହ୍ୟାଣ୍ଡ ସଂଘର ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ପୂର୍ବରୁ ହୋଇଥିବା ହ୍ୟାଣ୍ଡ ବଲ ସମର କୋଚିଂ କ୍ୟାମ୍ପରେ ଅଂଶ ଗ୍ରହଣ କରିଥିବା ୭୦ ଜଣ ପ୍ରତିଯୋଗିଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।ଏହି ପ୍ରତିଯୋଗିତା ଆସନ୍ତା କାଲି ଅପରାହ୍ନରେ ଉଦଯାପିତ ହେବାକୁ ଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି ।ବୋଲି ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢି ଓ ଆନ୍ତର୍ଜାତିକ ରେଫ୍ରି ତଥା ଏନଆଇଏସ ହ୍ୟାଣ୍ଡ ବଲ କୋଚ୍ ପ୍ରଶାନ୍ତ କୁମାର ରଥ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କର୍ପରେଟର ମଳୟ ବିଷୋୟୀ,ବରିଷ୍ଠ ନେତା ତୁମ୍ଭନାଥ ପଣ୍ଡା,ଭେଙ୍କଟ୍ ରାବଣା,ଖେଳ ଉଦ୍ୟକ୍ତା ମିଟୁ ସାବତ,ସଙ୍ଘ ସଭାପତି ଅଶୋକ କୁମାର ଶୁକ୍ଳା,ଉପଦେଷ୍ଟା ପ୍ରକାଶ ପଣ୍ଡା ,ଉପସଭାପତି ଶକ୍ତିଧର ରାଜଗୁରୁ ,କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଏଥିରେ ଅଜିତ, ଚକାଡୋଳା ପାଣିଗ୍ରାହୀ,ଜ୍ୟୋତି ଓ ବର୍ଷା ଖେଳ ପରିଚାଳନା କରିଥିଲେ । ପରିଶେଷରେ ସମାଜସେବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଧନ୍ୟବାଦ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: