ଗୁରୁ ବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ ଉଦ୍ ଘାଟିତ,ଦଶଭଗାରିଆ ବିଜୟୀ

ରାଜକନିକା୫/୧:ରାଜକନିକା ବ୍ଲକ ଡାଳିକାଏନ୍ଦାର ବିପ୍ଲବୀ ଆନନ୍ଦଚନ୍ଦ୍ର ଯୁବକ ସଂଘ ଆନୁକୂଲ୍ୟରେ ଗୁରୁବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ ଉଦ୍ ଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସ୍ଵାମୀ ବିବେକାନନ୍ଦ କ୍ଲବ ଜରିସାହି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୮ ଉଇକେଟ ହରାଇ ୯୭ ରନ କରିଥିବା ବେଳେ ବିସିସି କ୍ଲବ ଦଶଭଗାରିଆ ୧୨ ଓଭରରେ ୫ ଉଇକେଟ ହରାଇ ଏହି ଖେଳରେ ବିଜୟଲାଭ କରିଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଗ୍ରାମ ମୁରବୀ ପିତାମ୍ବର ଜେନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ବେହେରା ଓ ସମିତିସଭ୍ୟ ଅମିତ ନାୟକ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କ ସହିତ ପରିଚିତ ହୋଇଥିଲେ। ଏହି ଅବସରରେ କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ଓ ଉପସଭାପତି ପ୍ରଶାନ୍ତ ମହଲା ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ କଳିଙ୍ଗ କେଶରୀ ଜେନା, ଅଜିତ ଗୁରୁ, ଆଶିଷ ସ୍ୱାଇଁ, ଗୁଲର ମଳିକ, ଗୁନୁ ରାଉତ, ବିକି ପ୍ରସାଦ ମାହୁନ୍ତ, ସୁମନ ସ୍ୱାଇଁ, ଅମିତ ବିଶ୍ୱାଳ, ସତ୍ୟବ୍ରତ ସ୍ୱାଇଁ, ରଶ୍ମିରଞ୍ଜନ ସ୍ୱାଇଁ ଓ ଅସିତ ନାୟକ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ସଚିନ ପାଗଳ ଓ ରଜତ ସ୍ୱାଇଁ ଖେଳ ପରିଚାଳନା କରିଥିବା ବେଳେ ବିଜେତା ଦଳର ସମୀର ରାଉତ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: