ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର ୨୫/୦୩ : ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ । ସର୍ଭିସ ରିଭଲବରରୁ ଗୁଳିଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ । ଥାନାରେ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟି ଭାରପ୍ରାପ୍ତ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ।  ଗଞ୍ଜାମ  ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ନିଜେ ରଖିଥିବା ବନ୍ଧୁକରୁ ଗୁଳି ବାଜି ମୃତ୍ୟୁ ହୋଇଛି । ସେ ନିଜେ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିବା ବେଳେ ଅଚାନକ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା । ପରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ତାଙ୍କୁ ଆସ୍କା ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଗଞ୍ଜାମ SP ବ୍ରିଜେଶ ରଏ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: