ଗୋଟିଏ ଦିନରେ ଆତ୍ମହତ୍ୟା କଲେ ୨ ପ୍ରେମୀଯୁଗଳ

ନବରଙ୍ଗପୁର ,୨୫।୦୯:  ଗୋଟିଏ ଜିଲ୍ଲାରେ ଦେଖିବାକୁ ମିଳିଛି ୨ଟି ପ୍ରେମୀଯୁଗଳଙ୍କ ମୃତଦେହ । ଆଜି ସକାଳ ସମୟରେ ଗୋଟିଏ ମୃତଦେହ ଠାବ କରାଯାଇଥିଲା, ଅପରାହ୍ନ ସମୟରେ ଆଉ ଏକ ପ୍ରେମୀଯୁଗଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ନବରଙ୍ଗପୁରର ପାପଡାହାଣ୍ଡି ଓ ଚନ୍ଦାହାଣ୍ଡିରୁ ଦୁଇ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତର ବତାଶର ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି | ପ୍ରେମିକାଙ୍କ ପରିଚୟ ମିଳିଥିବା ବେଳେ ପ୍ରେମିକଙ୍କ ପରିଚୟ ମିଳିପାରିନାହିଁ |ଖବର ଅନୁଯାୟୀ,ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଯୁବକ ଉକ୍ତ ଯୁବତୀକୁ ନେଇ କେଉଁ ଆଡେ ଚାଲିଯାଇଥିଲା । ଉଭୟଙ୍କ ପରିବାର ବହୁ ଖୋଜି ଥିଲେ କିନ୍ତୁ ପାଇ ନଥିଲେ । ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ କିନ୍ତୁ ଶେଷରେ ଦୁଇଜଣ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: