ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୩।୧୧: ଦେଶର ରାଜଧାନୀ ଦିଲ୍ଲୀରେ ଏକ   ହତ୍ୟ|କାଣ୍ଡ ହୋଇଛି । ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଦିଲ୍ଲୀର ପଲମ ଅଞ୍ଚଳରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି । କେହି ଜଣେ ଦୃର୍ବୁତ୍ତ ଏପରି କରିଥିବା ସନ୍ଦେହ ହେଉଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନଭିନ୍ ଆରମ୍ଭ କରିଛି । ତେବେ ହତ୍ୟା କରାଯାଇଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ ବଞ୍ଚିଥିବା ପୋଲିସ ସୂଚନା ଦେଇଛି ।ଜଘନ୍ୟ, ବୀଭତ୍ସ ଓ ଦୃଦୟବିଦାରକ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପରିବାର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି  ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।  ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଭିଆଇଛି ଏହି ଜଘନ୍ୟ କାଣ୍ଡ । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯୁବକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଦୁଇ ଜଣଙ୍କ ମୃତଦେହ ରୁମ୍‌ରେ ପଡ଼ିଥିବାର ଫଟୋ ସାମ୍ନାକୁ ଆସିଛି । ସେହିପରି ଅନ୍ୟଜଣେ ଭଉଣୀ ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା  ପରେ ପାଲମ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: