ଗ୍ରାହକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପିଏମଜିଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର

ବ୍ରହ୍ମପୁର,୧୯/୯(ମନୋଜ ପାତ୍ର): ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା, ଗ୍ରାହକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଖରା ବର୍ଷାରୁ ରକ୍ଷା ପାଇଁ ଗ୍ରୀନ ରୂଫ ନିର୍ମାଣ ଓ ଡାକବିଭାଗର ଜମାରାଶି ଯୋଜନା ଗୁଡିକର ପ୍ରଚାର ପ୍ରସାରଲାଗି ପଦକ୍ଷେପ ନେବା ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପୋଷ୍ଟମାଷ୍ଟର ଜେନେରାଲଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି l ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଦୈନିକ ହଜାର ହଜାର ଗ୍ରାହକ ଆସୁଥିଲେ ମଧ୍ୟ ସେମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ଡାକବିଭାଗ କତୃପକ୍ଷ ଦୀର୍ଘଦିନରୁ ଅବହେଳା କରିଆସୁଛନ୍ତି l ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା ପାଇଁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସେଥିପ୍ରତି ଧ୍ୟାନ ନ ଦେବା ଓ ବର୍ତମାନର କରୋନା ସମୟରେ ବି ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ l କରୋନା କଟକଣା, ନିୟମ ଓ ଶାରୀରିକ ଦୂରତାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଖରା ବର୍ଷାରେ ଛିଡା କରାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି l ଏଣୁ କାର୍ଯ୍ୟାଳୟ ବାହାରେ ଖରା ବର୍ଷାରୁ ରକ୍ଷା ପାଇଁ ଗ୍ରୀନରୂଫ ନିର୍ମାଣ ସହ ପାନୀୟ ଜଳର ବ୍ୟବସ୍ଥା କରାଯିବା ଓ ଡାକବିଭାଗର ନୂତନ ବୀମା ଓ ଭଲ ଜମାକାରୀ ସ୍କିମ ଗୁଡିକୁ ପ୍ରଚାର ପ୍ରସାର ପାଇଁ ଜନଗଣଙ୍କ ଅବଗତ ସକାଶେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର କରିବାସହ ଡାକଘର ବାହାରେ ମଧ୍ୟ ଏହାର ସୂଚନାପତ୍ର ଲଗାଯିବାକୁ ଦାବି ହୋଇଛି ଯାହାଫଳରେ ସରକାରୀ ଜମାରାଶି ଯୋଜନାଗୁଡିକର ସୁଫଳ ଜମାକାରୀଗ୍ରାହକ ପାଇବାସହ ଡାକଘର ଭଳି ସରକାରୀ ଅନୁଷ୍ଠାନ ମଧ୍ୟ ବ୍ୟବସାୟୀକ ଭାବେ ବୃଦ୍ଧି ଓ ଉନ୍ନତି କରିବ l ଉକ୍ତ ତିନିଗୋଟି ପ୍ରମୁଖ ଦାବିନେଇ ଆଜି ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ସହ ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା,କ୍ରାନ୍ତିକାରୀ କୃଷକ ସଭାର ପି. ପାର୍ବତି,ଯୁବନେତା ଶ୍ରୀନିବାସ ରାଓ,ମହିମା ପତ୍ରିକା ସମ୍ପାଦକ ଶିବ ସୁନ୍ଦର ରଥ,ମହାତ୍ମl ହେଳ୍ପିଙ୍ଗ କ୍ଲବର ଏମ. ଭେଙ୍କଟରାମlଣା,ଅଭିନୟ ଜଗତର ରବୀନ୍ଦ୍ର ନାୟକ,ବାମସେଫର କବିରାଜ ସେଠି, ସୁରେନ୍ଦ୍ରନାଥ ପଣ୍ଡା,ସୁବାସ ଚନ୍ଦ୍ର ମିଶ୍ର, ଜଗନ୍ନାଥ ପାଢୀ, ପୂର୍ଣ୍ଣଚନ୍ଦ୍ର ମହାରଣା,ଲିପିକା ପଣ୍ଡା,ସସ୍ମିତା ବେହେରା, ରାମକୃଷ୍ଣ ସାହୁ,ବାସୁଦେବ ପ୍ରଧାନ,ବି. ଆଦିନାରାୟଣ, କେ.ଏସ.ଆଚାର୍ଯ୍ୟ, ଆର.କେ.ରଥ ପ୍ରମୁଖ ଆନ୍ଦୋଳନରେ ଅଂଶ ଗ୍ରହଣକରିଥିଲେ l ଆସନ୍ତା ୧୫ଦିନ ମଧ୍ୟରେ ସମସ୍ୟାଗୁଡିକର ସମାଧାନ ନ ହେଲେ ଆନ୍ଦୋଳନlତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟହେବେ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ସମସ୍ତ ସଦସ୍ୟ ଚେତାବନୀ ଦେଇଛନ୍ତି l

IMG 20200919 WA0063

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!