ଚାନ୍ଦବାଲି,୨୭/ ୧୧: ଭଦ୍ରକର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୋତୋ ଦକ୍ଷିଣସାହିରେ ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ଫାଟି ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ମେଡିକାଲରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ହେଉଛନ୍ତି ବିଷ୍ଣୁ ମୋହନ। ତାଙ୍କ ଶରୀରର ୯୦ ଭାଗ ପୋଡି ଯାଇଛି। ଗ୍ୟାସ୍ ଫାଟିବାରୁ ଘରେ ଥିବା ସମସ୍ତ ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇ ଯାଇଛି। ସୂଚନା ଅନୁଯାୟୀ, ବିଷ୍ଣୁ ମୋହନ ସାହୁଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା। ଏହି ସମୟରେ ରୋଷେଇ କରୁଥିବା ବିଷ୍ଣୁ ମୋହନ ସାହୁଙ୍କ ଶରୀର ଶତକଡା ୯୦ ଭାଗ ପୋଡ଼ିଯାଇଛି l ତାଙ୍କୁ ତୁରନ୍ତ ଚାନ୍ଦବାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ବିଷ୍ଣୁ ମୋହନ ସାହୁଙ୍କ ଘର ସମ୍ପୂର୍ଣ ଜଳିଯାଇଛି l ଚାନ୍ଦବାଲିରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ବିଭାଗ ପକ୍ଷରୁ ଯାଇଥିବା ପମ୍ପଟି ବିଳମ୍ବରେ ଷ୍ଟାଟ ହେବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନ ଥିଲାl ଶେଷରେ ଅନ୍ୟ ଏକ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲେ l ଅଗ୍ନିକାଣ୍ଡରେ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |