ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍

ନୂଆଦିଲ୍ଲୀ ୨୮।୦୧: ବୁଧବାର ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଦୁର୍ଘଟଣା ଘଟିଛି । ଦେଖୁ ଦେଖୁ ଚାଲିଗଲା ୫୩ଜଣଙ୍କ ଜୀବନ , ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଆହତଙ୍କ ମଧ୍ୟରୁ କିଛି ଜଣ ଗୁରୁତର ଥିବା ସୂଚନା ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ଅନୁମାନ ରହିଛି ।  ଖବର ଅନୁଯାୟୀ, ମଧ୍ୟ ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ବସ୍‌ଟି ଓଲଟିପଡିଛି । ଇନ୍ଧନ ଭର୍ତ୍ତି ଟ୍ରକଟି ଦୁର୍ଘଟଣାର ଶିକାର ହେବାରୁ, ଟ୍ରକ ଓ ବସ୍‌ରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡି ମୃତ୍ୟୁବରଣ କରିଛନ୍ତି ।ସେହିପରି ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ଲୋକେ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଉଦ୍ଧାର ପରେ ଦୁର୍ଘଟଣାରେ ମୋଟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କିଛି ଯାତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ରହିଥିବା ବେଳେ କିଛି ବ୍ୟକ୍ତଙ୍କ ସଙ୍କଟାପନ୍ନ ରହିଛି । ଲଗାତର ଭାବେ ସେମାନଙ୍କ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: