ଘରର କାନ୍ଥ ଭୁସୁଡି ଭାଇ ଭଉଣୀ ମୃତ

ମୟୂରଭଞ୍ଜ,୨୩/୦୮: ଉଦଳା ନିକଟସ୍ଥ ରାଇଡିହି ଗାଁରେ   କଚ୍ଚାଘର କାନ୍ଥ ଭୁଶୁଡ଼ିପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ମା’ ପାଖରେ ୨ଜଣ ଝିଅ ଓ ଜଣେ ପୁଅ ଶୋଇଥିଲେ । ଶୋଇଥିବା ବେଳେ ହଠାତ୍‌ କାନ୍ଥଟି ଭୁଶୁଡ଼ିପଡ଼ିଥିଲା ।  ଫଳରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ନାବାଳକ ଭାଇକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: