ଘରେ ପଶି ଗୁଳି ଫୁଟାଇ ଚମ୍ପଟ ମାରୁଥିବା ବେଳେ ୨ ଜଣଙ୍କୁ ଧରିଲେ ଗ୍ରାମବାସୀ

ମହାକାଳପଡା ୧୦/୦୪ : କେନ୍ଦ୍ରାପଡ଼ାରେ ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ବଡ ଧରଣର ଡକାୟତି ।ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ । ଏହାସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଲୁଟ୍ କରିଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଲୁଟେରାମାନେ ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୂପା ଲୁଟ କରିଛନ୍ତି। ସେପଟେ ଲୁଟ ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ୨ ଡକାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୨ଟି ବାଇକ ଜବତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ମହାକାଳପଡ଼ା ତନ୍ତିଆପାଳ ଥାନା କାକଟପୁର ଗାଁରେ ସଶସ୍ତ୍ର ଡକାୟତମାନେ କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ଭାଙ୍ଗିବା ପରେ କାର୍ତ୍ତିକଙ୍କୁ ମାଡ ମାରିଥିଲେ।  ବନ୍ଧୁକ ମୁନରେ ଲୁଟ ବେଳେ ପରିବାର ଲୋକ ବିରୋଧ କରିଥିଲେ। ଲୁଟେରା ପରିବାର ଲୋକଙ୍କୁ ମାଡ଼ ମରିବା ସହ ୧୯ ଲକ୍ଷରୁ ଅଧିକ ଟଙ୍କା ସୁନା ରୂପା ଅଳଙ୍କାର ଲୁଟ କରୁଥିଲେ। ତେବେ ପରିବାର ଲୋକ ଆକ୍ରମଣ ସମୟ ଆର୍ତ୍ତ ଚିତ୍କାର ଶୁଣି ଗ୍ରାମବାସୀ ଉଠିପଡିଥିଲେ। ପରେ ଡାକୟତ ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରୁ ଲୁଟେରା ମାନେ ଫେରାର ସମୟ ଗ୍ରାମବାସୀଙ୍କୁ ଉପରକୁ ଫାଙ୍ଖା ଗୁଳିଚାଳନ କରିଥିଲେ। ତେବେ ୨ ଜଣ ଡକାୟତକୁ ଧରିବା ସଫଳ ହୋଇଥିଲେ ଗ୍ରାମବାସୀ। ୨ ଦୁର୍ବୃତ୍ତଙ୍କୁ ଧରିବା ମାଡ଼ ମାରିବାରେ ଲୁଟ ସମ୍ପର୍କରେ ସାମୁଦ୍ରିକ ଥାନାକୁ ସୂଚନା ଦେଇଥିଲେ। ପରେ ପୁଲିସ ପହଞ୍ଚି ୨ ଜଣ ଡକାୟତ ଧରିବା ସହ ତଦନ୍ତ ଆରମ୍ଭ କରିଥିଲେ।

doka

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: