ରାଉରକେଲା ,୨୪/୦୬ : ଘରୋଇ ସ୍କୁଲ୍ରେ ଅଘଟଣ। ସ୍କୁଲ୍ରେ ନୁଆ କରି ଲାଗିଥିବା ଲୁହା ଫାଟକ ପଡ଼ି ଚାଲିଯାଇଛି ଦୁଇ କର୍ମଚାରୀଙ୍କ ଜୀବନ। ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଥିବା ବିକାଶ ପବ୍ଲିକ୍ ସ୍କୁଲରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଫାଟକ ପଡ଼ି ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ୨ଜଣ କର୍ମଚାରୀ ଫାଟକ ବନ୍ଦ କରିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ଅଘଟଣ କେମିତି ହେଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ। ଅଘଟଣ ପରେ ଜଣେ ଘଟଣାସ୍ଥଳରେ ଓ ଅନ୍ୟଜଣେ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କର ମୃତ୍ୟୁ ହୋଇଛି । ରାଉରକେଲା ସେକ୍ଟର-୯ରେ ଥିବା ଏକ ଘରୋଇ ସ୍କୁଲରେ ଗୁରୁବାର ରାତିରେ ଅଘଟଣ ଘଟିଛି। ସ୍କୁଲରେ ଥିବା ସୁରକ୍ଷାକର୍ମୀ ଶୋଇବା ପାଇଁ ଜଣେ ନାବାଲକଙ୍କୁ ମଶିଣା ଆଣିବାକୁ କହିଥିଲେ। ଏହି ସମୟରେ ନାବାଳକ ଜଣଙ୍କ ମଶିଣା ଆଣିବା ବେଳେ ସ୍କୁଲ୍ର ଲୁହା ଗେଟ୍ ଉଭୟଙ୍କ ଉପରେ ମାଡ଼ି ବସିଥିଲା। ଫଳରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୃତ୍ୟୁ ଘଟିଥିବା ବେଳେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ RGHରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ଘଟିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |