ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼

ଗଞ୍ଜାମ,୧୫।୩: ଦିନ ଦିପହରେ ପୋଲିସ ଉପରେ ବୋମାମାଡ଼ କଲେ ଦୁର୍ବୁତ୍ତ।ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ବୋମାମାଡ଼ ହୋଇଛି । ଏକ ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।  ଯେଉଁଠାରେ ଦୁର୍ବୁତ୍ତ ଏବଂ ପୋଲିସ ମୁହଁମୁହିଁ ହେବା ପରେ ବୋମାମାଡ଼ ହୋଇଛି। ବ୍ରହ୍ମପୁର ବଡ଼ବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ। ସୂଚନା ମୁତାବକ ଗତକାଲି ଜଣଙ୍କ ଘର ଉପରକୁ ମଧ୍ୟ ଅଭିଯୁକ୍ତମାନେ ବୋମାମାଡ଼ କରିଥିଲେ। ଶ୍ରୀକ୍ଷେତ୍ର ବିହାରରେ ଅଭିଯୁକ୍ତମାନେ ଲୁଚିଥିବା ଖବର ପାଇ ପୋଲିସ ରେଡ୍ କରିଥିଲା। ପୋଲିସ ପକ୍ଷରୁ ରେଡ୍ ଚାଲିଥିବା ସମୟରେ ହଠାତ୍ ଛାତ ଉପରୁ ପୋଲିସକୁ ବୋମା ମାଡ଼ କରିଥିଲେ ଦୁର୍ବୁତ୍ତ। ତେବେ  ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!