ଘର ଜଳି ଭସ୍ମୀଭୂତ, ସତୁରୀ ହଜାର ଟଙ୍କାର କ୍ଷୟକ୍ଷତି

ମାଲକାନଗିରି ୨୪/୫(ଶ୍ରୀନିବାସ ପଣ୍ଡା/ଭିକି ବାରିକ):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡାବାଇ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏହିଭଳି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ତାଣ୍ଡାବାଇ ଗ୍ରାମର ସିଂଗେ ମାଡକାମୀ, ସ୍ୱାମୀ ଦୁଲେ ମାଡକାମୀ ଗତକାଲି ରାତିରେ ନିଜ ଘରେ ସୋଇଥିବା ବେଳେ ପାଖରେ ଲାଗିଥିବା ନିଆଁରେ ଟିକେ ପବନ ବାଜିବାରୁ ନିଆଁ ଲାଗି ତାଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଆନୁମାନିକ ମୂଲ୍ୟ ୭୦ ହାଜର ଟଙ୍କା ସବୁ ନିଆଁରେ ଜାଳି ପାଉଁଶ ହୋଇଯାଇଛି। ହେଲେ ଏହି ଦୁର୍ଘଟଣା ରେ କାହାର ଜୀବନ ହାନି ଘଟି ନ ଥିବା ସୂଚନା ମିଳିଛି। କରୋନା ମହାମାରୀ ସମୟରେ ତାଙ୍କ ପରିବାର ବେଘର ହୋଇପଡିଛନ୍ତି। ଏବେ ସେମାନେ କୁଆଡେ ଯିବେ,କେଉଁଠି ମୁଣ୍ଡ ଗୁଞ୍ଜିବେ କୂଳ କିନାରା ପାଉନାହାଁନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ପୁଣି ଆଉ ଏକ ବାତ୍ୟା ୟାସ। ଏହିଭଳି ପରିସ୍ଥିତିରେ ପରିବାରର ଲୋକମାନେ ଆଶଙ୍କିତ ଅବସ୍ଥାରେ ଜିଲ୍ଲା ପ୍ରଶାସନ ନିକଟରେ କିଛି ସହାୟତା ଯୋଗାଇଦେବାକୁ ଗୁହାରି କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: