ମାଲକାନଗିରି,୦୭/୧୧(କାଲିମେଳା ରୁ ଭିକି ବାରିକ/ମାଲକାନଗିରି ରୁ ଶ୍ରୀନିବାସ ପଣ୍ଡା):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୧୨୬, ଏକ ସରକାରୀ ଜମିରେ ଘର ନିର୍ମାଣକୁ କେନ୍ଦ୍ର କରି ଗ୍ରାମରେ ଉତେଜନା, କାଲିମେଳା ଓ ମୋଟୁ ୩୨୬ ଜାତୀୟ ରାଜପଥର ଏମ ଭି ୧୨୬ ଗ୍ରାମ ନିକଟରେ ଥିବା ଏହି ଜମିରେ ଏମ ପି ଭି ୭୮ ଗ୍ରାମର ଜଣେ ଲୋକ ରାତାରାତି ଘର ନିର୍ମାଣ କରିଥିଲେ, ଏହାକୁ ବିରୋଧ କରିଥିଲେ ନାଳଗୁଣ୍ଠି ଗ୍ରାମବାସୀ, ଆଜି ଏଠାରେ ନାଳଗୁଣ୍ଠି ଗ୍ରାମବାସୀ ମାନେ ପହଂଚି ନିର୍ମାଣ କରାଯାଇଥିବା ଘରକୁ ଭାଙ୍ଗି ଦେଇଥିଲେ, ଘର ନିର୍ମାଣକୁ ବିରୋଧ କରି ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଥିଲେ, ଖବର ପାଇ ଏମ ଭି ୭୯ ପୋଲିସ ଓ କାଲିମେଳା ତହସିଲଦାର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |