ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ ୧୮।୩: ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମହିଳାଙ୍କ ସ୍ବାମୀ ତାଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ । ମୃତ ମହିଳାଙ୍କ ବାପଘର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି ।   ଦୀର୍ଘ ୮ ବର୍ଷ ତଳେ କାଳୁପଡା ଗାଁର ମନୋହର ବିଶ୍ବାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇପଡା ଗାଁର ଦାମୋଦର ବିଶ୍ବାଳଙ୍କୁ ବିବାହ କରିଥିଲେ । ଗୋଟିଏ ଝିଅ ଜନ୍ମ ହୋଇ ମରିଯାଇଥିବାବେଳେ ଆଉ କୌଣସି ପିଲା ହୋଇନଥିଲେ । ସହି କାରଣରୁ ଦୀର୍ଘ ଦିନ ହେବ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ସେହି କାରଣରୁ ନିଜେ ସ୍ଵାମୀ-ସ୍ତ୍ରୀକୁ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୀତାଞ୍ଜଳି ବିଶ୍ବାଳ । ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ମହିଳାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: