ଘର ସଜଡ଼ାରେ ବ୍ୟସ୍ତ ଗଣେଶ୍ୱର

କେନ୍ଦ୍ରାପଡା ୧୯/୯- ଚାରିଗାଁ ପଂଚାୟତ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଜୟକୃଷ୍ଣପୁରର ମାଳଗଦାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୫ନମ୍ବର ଜୋନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ଅବସରପ୍ରାପ୍ତ ଅଧ୍ୟାପକ ଡଃ.ଗିରୀଶ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ । ପଂଚାୟତ କଂଗ୍ରେସର ପୂର୍ବତନ ସଭାପତି ନାରାୟଣ ପ୍ରସାଦ କବିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଖାଲି ପଡିଥିବା ପଂଚାୟତ କଂଗ୍ରେସର ସଭାପତି ଭାବେ କଳାକାର ମଳିକଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଏଥିସହ ଗୈାରାଙ୍ଗ ସାହୁ ଉପସଭାପତି ଓ ଗୟାଧର ମଳିକ ପଂଚାୟତ ଅନୁସୂଚିତ ଜାତି କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ସମବେତ କର୍ମୀମାନଙ୍କୁ ନିଷ୍ଠାର ସହ ପରିଶ୍ରମକରି କଂଗ୍ରେସ ସଂଗଠନକୁ ପଂଚାୟତରେ ଅଧିକ ଶକ୍ତିଶାଳି କରିବାକୁ ଆହ୍ୱାନ ଦେଇଥିଲେ ଓ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କର୍ମୀ ସମ୍ମିଳନୀରେ ପ୍ରତାପ କୁମାର ଜେନା, ଶରତ ମଳିକ, ମଦନ ମଳିକ, ଅମର ପରିଡା, ହିରଣ୍ମୟ ବେଉରା, ବସନ୍ତ ମଳିକ, ଅକ୍ଷୟ ମଳିକ, ଜଳଧର ମଳିକ ଓ ସର୍ବେଶ୍ୱର ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!