ଘାଟିରେ ବସ ଓଲଟି ୨୫ ଜଣ ଯାତ୍ରୀ ଆହତ

କନ୍ଧମାଳ : କନ୍ଧମାଳ ଜିଲା ଅନ୍ତର୍ଗତ ଫୁଲବାଣୀର ଗାଡିଆପଡା ଘାଟିରେ ବସ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଘାଟିର ଶେଷ ମୁଣ୍ଡରେ ଏହି ଘରୋଇ ବସଟି ଓଲଟି ପଡିଥିଲା। ବସଟି ଟିକାବାଲିରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ଖଜୁରୀପଡା ଓ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଟିକିବାଲିରୁ ଭୁବନେଶ୍ୱର ଯାଉଥିବା ‘ରାଜା’ ନାମକ ଉକ୍ତ ବସ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।ଚିକିତ୍ସା ନିମନ୍ତେ ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଖଜୁରିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆନୁଷଙ୍ଗିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!