ବ୍ରହ୍ମପୁର,୨୭ା୩: ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ । ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି । ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଆଜି ଭଞ୍ଜନଗର ବନ୍ଦ ଡ଼ାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ଏନେଇ ଆଜି ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ବନ୍ଦକୁ ସଫଳ କରିବାକୁ ଅନୁରୋଧ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ଯାତାୟାତ ବ୍ୟତୀତ ଏହି ସମୟ ମଧ୍ୟରେ ଗାଡ଼ି ମଟର, ଦୋକାନ ବଜାର, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।ଘୁମୁସର ଜିଲ୍ଲା ଦାବିରେ ଆଜି ପ୍ରାୟ ୪୦ ସଂଗଠନ ଏଥର ସାମିଲ ହୋଇ ସକାଳ ୬ ଟାରୁ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଯାନବାହାନ ଗମନାଗମନ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି ।ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘ ସମର୍ଥନ କରିଛନ୍ତି । ଏହି ବନ୍ଦରେ ସ୍କୁଲ, କଲେଜ ଓ ଜରୁରୀକାଳିନ ସେବାକୁ ବାଦ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |