ଚନ୍ଦାହାଣ୍ଡି ବ୍ଲକ ବିଜେଡି ସଂଖ୍ୟା ଲଘୁସେଲ୍ ର କରୋନା ସଚେତନତା

ଚାନ୍ଦାହଣ୍ଡି,୧୭/୬( ଭୋଦେବ ଗୌଡ଼): ନବରଙ୍ଗପୁର ଜିଲ୍ଲା ବ୍ୟାପି ଚାଲିଥିବା ବିଜେଡି ସଂଖ୍ୟାଲଘୁ ସେଲ୍ ର କରୋନା ସଚେତନତା ରଥ କାର୍ଯ୍ୟକ୍ରମ ଆଜି ଚନ୍ଦାହାଣ୍ଡି ପହଂଚିଛି। ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସଭାପତି ତଥା ରାଜ୍ୟ ସଭା ସାଂସଦ ମୁନା ଖାଁ, ଓ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ସଭାପତି ତଥା ବରିଷ୍ଠ ସମାଜିକ କାର୍ଯ୍ୟକର୍ତ୍ତା କାଜମ୍ ମାଦନି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଉଥିବା ଏହି ସଚେତନତା କାର୍ଯ୍ୟକ୍ରମ ଚନ୍ଦା ହାଣ୍ଡି ବ୍ଲକ୍ ର ଜମାଦାର ପଡା ଗ୍ରାମ ରୁ ଆରମ୍ଭ ହୋଇ ଯାଇଛି।ଏଠାରେ ଘର କୁ ଘର ବୁଲି ସମସ୍ତ ଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା ର ବାର୍ତ୍ତା ଦେଇଥିଲେ।ଏକ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ ଅତି ଜରୁରୀ ନ ପଡ଼ିଲେ ଘରୁ ନ ବାହାରିବା,ବାହାରକୁ ଗଲେ ମାସ୍କ ପିନ୍ଧିବା ସର୍ବଦା ସାମାଜିକ ଦୁରତ୍ଵ ରକ୍ଷା କରିବା,ବାରମ୍ବାର ହାତ ଧୋଇବା,ବୟସ ଗତ ଯୋଗ୍ୟତା ଭିତ୍ତିରେ ଟୀକା ନେବା ଆଦି କଭିଦ୍ ଗାଇଡ ଲାଇନ ଉପରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ ଏହି କ୍ରମ ରେ ଏହି ସଚେତନତା ରଥ ଯୋଗେ ଏହି କର୍ମୀ ମାନେ ମୋହରା, ବରିଗୁଡା, ଚଚରା ଘାଟି, କାକର୍ ପାଣି, ଡହିମାଳ୍ ଆଦି ଗ୍ରାମ ରେ ପହଞ୍ଚି ଲୋକ ଙ୍କ ମଧ୍ୟରେ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିବା ଜଣା ପଡିଛି। ସଂଖ୍ୟାଲଘୁ ସେଲ୍ ର ଏଭଳି କାର୍ଯ୍ୟକ୍ରମ ସାଧାରଣ ସ୍ବାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ସାଧୁ,ଯୁବ ନେତା ବିକ୍ରମ ସିଂ, ତପନ ସାନା,ସିମାଞ୍ଚଳ ମଲିକ୍,ପବିତ୍ର ଗରଡା,ଶ୍ରୀରାମ ଗଣ୍ଡ, ଧନୀ ରାମ ଗଣ୍ଡ, ଡମୁ ସାନ୍ତା,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

WhatsApp Image 2021 06 17 at 2.04.25 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: