ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ,୨୫।୨:ଅଲେଖ ମହିମା ଧର୍ମ ନାମ ଯଜ୍ଞ କାର୍ଯ୍ୟକ୍ରମ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଚନ୍ଦ୍ର ପୁର ରେ ଅନୁଷ୍ଠିତ ହୋଇଛି। ବାବାଜୀ ଗୁଡା ମଠର ସାରଙ୍ଗ ବାବା , କାର୍ତ୍ତିକ ବାବାଙ୍କ ମାର୍ଗ ଦର୍ଶନ ରେ ନାମ ଯଜ୍ଞ ଓ ଅଲେଖ ମହିମା ଧ୍ବନିରେ ଗଗନ ପବନ ସୁଗନ୍ଧିତ ହୋଇ ଥିଲା। ବିଭିନ୍ନ ଗାଆଁ ରୁ ମହିମା ଧର୍ମର ଦିଖିତ ଲୋକ ଯୋଗଦାନ କରିଥିଲେ। CRCC ବାବୁଲାଲ ହରିଜନ ନାମ, ଘିଅ ଆହୁତି କାର୍ଯ୍ୟକ୍ରମ ରେ ଯୋଗଦାନ କରି,, ଲୋକଙ୍କୁ ଆଠ ଭଜନ ଓ ପ୍ରଭାତ ଅବକାଶ 50ଟି ପୁସ୍ତକ ଓ ଭାଗବତ ବଣ୍ଟନ କରିଛନ୍ତି।crcc ବାବୁଲାଲ କାର୍ଯ୍ୟକ୍ରମ ରେ ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ,ସାର ଗର୍ଭକୁ ଆଲୋଚନା ସହିତ ନାମ ଯଜ୍ଞ ରେ ଘିଅ ଆହୁତି ର ମୂଲ୍ୟ ବୋଧ ବିଷୟରେ ଆଲୋଚନା କରିଥିଲେ। ଚନ୍ଦ୍ରପୁର ଅଂଚଳର ସମସ୍ତ କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଲେଖ ମହିମା ଶରଣମ ସହ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |