ଚଳଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ପରଲୋକ

ଭୁବନେଶ୍ୱର ୧୩/୦୯: ଲୋକପ୍ରିୟ ସିନେ ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ)ଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଆଜ୍‌ମାରେ ପୀଡିତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌କୁ ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ତାଙ୍କ ଶେଷଶଯ୍ୟା ନିକଟରେ ପତ୍ନୀ ଲତା ପତି ଏବଂ ଏକମାତ୍ର ପୁତ୍ର ବାବୁନ୍‌ ପତି ଉପସ୍ଥିତ ଥିଲେ । ଶ୍ରୀ ପତି ଓଡ଼ିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ଭାବେ ପରିଚିତ ଥିଲେ । ତାଙ୍କ ନିର୍ଦ୍ଦେଶିତ ୩ଟି ଯାକ ସିନେମା ସୁପର୍‌ଡୁପର୍‌ ହିଟ୍‌ ସାବ୍ୟସ୍ତ ହୋଇଥିଲା । ତାଙ୍କ ନିର୍ଦ୍ଦେଶିତ ‘ପଞ୍ଚୁପାଣ୍ଡବ’, ‘ମା ପରି କିଏ ହେବ’, ‘ଏଇଠି ସ୍ୱର୍ଗ ଏଇଠି ନର୍କ’ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ ହୋଇରହିଛି । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!