ଚଳଚ୍ଚିତ୍ର ନିର୍ଦେଶକ ଟି. ରାମା ରାଓଙ୍କ ପରଲୋକ

ଚେନ୍ନାଇ,୨୦/୪: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ପରଲୋକ ଘଟିଛି। ସେ ୧୯୮୦ ଦଶକରେ ‘ବଲିଉଡ୍‌’ରେ ଖୁବ୍‌ ଜନପ୍ରିୟ ହୋଇଥିଲେ। ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଟି. ରାମା ରାଓ ଅନେକ ଅଗ୍ରଣୀ ଅଭିନେତାମାନଙ୍କ ସହିତ କାର୍ଯ୍ୟ କରିଥିଲେ। ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଏନ୍‌ଟିଆର୍‌ ଓ ଏଏନ୍‌ଆର୍‌ଙ୍କ ଭଳି ଭାରତର ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀମାନଙ୍କ ସହିତ ସେ କାର୍ଯ୍ୟ କରିଥିଲେ।  ତାଙ୍କର ପ୍ରସିଦ୍ଧ ‘ବଲିଉଡ୍‌’ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି, ‘ଅନ୍ଧା କାନୁନ୍‌’, ‘ଏକ୍‌ ହି ଭୁଲ୍‌’, ‘ମୁଝେ ଇନ୍‌ସାଫ୍‌ ଚାହିଏ’, ‘ଜୁଦାଇ’, ‘ନାଚେ ମୟୂରୀ’, ‘ଜୀବନ ଧାରା’, ‘ଇନ୍‌ସାଫ୍‌ କି ପୁକାର’, ‘ୱତନ୍‌ କେ ରଖ୍‌ୱାଲେ’, ‘ଦୋସ୍ତି ଦୁଷ୍ମନୀ’, ‘ଜନ୍‌ ଜାନି ଜନାର୍ଦ୍ଦନ୍‌’ ‘ରାବଣ ରାଜ୍‌’, ‘ହାତ୍‌କଡ଼ି’, ‘ଜଙ୍ଗ୍‌’ ଓ ‘ମୁକାବିଲା’। ୧୯୮୩ ରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ହିନ୍ଦୀ ଚଳଚ୍ଚିତ୍ରରେ ପରିଚିତ କରାଇଥିବା ଟି. ରାମା ରାଓ ଅମିତାଭ ବଚ୍ଚନ, ଜିତେନ୍ଦ୍ର, ଧର୍ମେନ୍ଦ୍ର, ସଞ୍ଜୟ ଦତ୍ତ, ଶ୍ରୀଦେବୀ, ଅନୀଲ୍‌ କପୁର, ଗୋବିନ୍ଦା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଶ୍ରେଷ୍ଠ ଅଭିନେତାଙ୍କ ସହିତ କାର୍ଯ୍ୟ କରିଥିଲେ। ନିର୍ଦେଶନା ବ୍ୟତୀତ ସେ ‘ଶ୍ରୀଲକ୍ଷ୍ମୀ ପ୍ରଡକ୍ସନ୍‌’ ବ୍ୟାନର୍‌ରେ ‘ଧିଲ୍‌’, ‘ୟୋଥ୍‌’, ‘ଅରୁନ୍‌’, ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌, ‘ଉନାକୁମ୍ ଏନାକୁମ୍‌’ ଏବଂ ‘ମାଲାଇକୋଟାଇ’ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: