ଚ଼ନ୍ଦ୍ରମା ରେ ଚ଼ନ୍ଦ୍ରମା,
ରହିଅଛୁ ତୁହି ଅନ୍ଧକାର ର ଆଲୋକ ସାଜି,
ପୁଣି ରହିଅଛୁ ସରସୀ ପୟର ପ୍ରତିଵିମ୍ବ ସାଜି।
ଏକୁଟିଆ ଅସହାୟ ମଣିଷ ମୁହିଁ,
ନା ଅଛି କେହି ମୋ ପାଖରେ, ପୁଣି
ନା ଅଛି କେହି ମୋ ପାଖରେ ପୁଣି
ଖୋଜୁଥାଏ ତୋତେ ଏ ମନ,
ଚାହ୍ନୁଥାଏ ଵାଣ୍ଟିଵାକୁ କିଛି ଦୁଃଖ ଦରଦ।
ଚାହ୍ନୁ ଚାହ୍ନୁ ଝରିଯାଉଥାଏ ଅଶ୍ରୁ,
କିପରି କେମିତି ଜାଣିନାହିଁ ମୁଁ
ଚ଼ନ୍ଦ୍ରମା ରେ ଚ଼ନ୍ଦ୍ରମା,
ଦେଲୁ ଦେଖା ପ୍ରତିବିମ୍ବ ସାଜି,
ଇଛୁକ ହେଲି ତୋ ପାଖକୁ ଯିବି ବୋଲି
ଜଞାଳ ଭରା ଏ ସସାଁର,
କଲାଣି ମୋତେ କଲବଲ
ନା ହେଉଛି ସହି ନା ହେଉଛି ରହି
ଯନ୍ତ୍ରଣା ର ଏହି କାରାବାସ
ଆହେ ସରଗଶଶୀ
ନେଇଯା ମୋତେ ତୋ ପାଖକୁ ଆସି,
ନେଇଯା ମୋତେ ତୋ ପାଖକୁ
ଆସି।
_ଉପାସନା ପଣ୍ଡା
ବିଦ୍ୟାର୍ଥୀ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ନିଳାଦ୍ରୀବିହାର,ଭୁବନେଶ୍ୱର,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |