ଚାନ୍ଦବାଲି, ୨୨/୦୪ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାରେ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ସମସ୍ତ ଅଭିଯୁକ୍ତ ପ୍ରଥମେ ଭଦ୍ରକ ଉପକାରଗାରରୁ ସକାଳ ଜଳଖିଆ ସାରି ୮ଟା ୧୫ମିନିଟ୍ରେ ବାହାରିଥିଲେ। ୮ ଅଭିଯୁକ୍ତଙ୍କୁ ଗୋଟିଏ ବଡ ଭ୍ୟାନ୍ ଦ୍ଵାରା କଡ଼ା ସୁରକ୍ଷାବଳୟ ଭିତରେ ଚାନ୍ଦବାଲି କୋର୍ଟକୁ ଅଣାଯାଇଥିଲା। ଦୀର୍ଘ ଦେଢମାସ ପରେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକଙ୍କ ସହ ଅନ୍ୟ ୪ ଅଭିଯୁକ୍ତମାନେ କୋର୍ଟରେ ହଜାର ହୋଇଥିଲେ । କୋର୍ଟରେ ୮ ଅଭିଯୁକ୍ତଙ୍କୁ ଜେରା କରାଯାଇଥିଲା। ପରେ ଆସନ୍ତା ମେ ୨ ତାରିଖକୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |