ବାଲେଶ୍ୱର ,୨୧।୯ : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା ରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ହୋଇଛି । ଅଭିଯୁକ୍ତଙ୍କୁ ଜେରା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ସମୟରେ ସେମାନେ ପୋଲିସ୍ କୁ ଅନେକ ତଥ୍ୟ ଦେଇଛନ୍ତି । ଏଡିଜି କହିଛନ୍ତି ଯେ, ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି । ୨ଟି କିସ୍ତିରେ ମୋଟ ୩୮ ହଜାର ଟଙ୍କା ଆସିଛି । ଅଭିଯୁକ୍ତମାନଙ୍କ ମୋବାଇଲ୍, ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଇଛି । ଅନ୍ୟ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ତାହାର ଜେରା ଚାଲିଛି । ଅଭିଯୁକ୍ତ ମାନଙ୍କ ସହିତ ଜଣେ ମହିଳା ସୋସିଆଲ ମିଡିଆରେ ଚାଟିଂ କରୁଥିଲେ । ସଂପୃକ୍ତ ମହିଳା ୟୁକେର ଏକ ଟେଲିଫୋନ୍ ନମ୍ବର ବ୍ୟବହାର କରୁଥିଲେ । ଏୟାର ଫୋର୍ସର ଏକ ଟିମ୍ ଜେରାରେ ସାମିଲ ରହିଛନ୍ତି । କଟକ ଏନଆଇଏ ଟିମ୍ କିଛି ବି ଜେରା କରିନାହାନ୍ତି ବୋଲି ଏଡିିଜି ସୂଚନା ଦେଇଛନ୍ତି । ତେବେ ଜବତ କରାଯାଇଥିବା ଟେଲିଫୋନ୍ କୁ ଫରେନସିକ୍ ଆନାଲିସିସ୍ ପାଇଁ ପଠାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |