ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ପୃଥିବୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ,୧୬/୦୬: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ପୃଥିବୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ |ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ବୁଧବାର ରାତି ୭ଟା ୩୦ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଡିଆରଡିଓର ରାଡାର, ଇଲେକ୍ଟ୍ରୋ ଅପ୍‌ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା । ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହା ୫୦୦ରୁ ୧ ଟନ୍‌ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ପୃଥିବୀ-୨ର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର ଓ ଓଜନ ୪.୬ ଟନ୍‌ ବୋଲି ଜଣାଯାଇଛି । ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: