ଚାଷୀଙ୍କୁ ଉଠ୍‌ବସ କରାଇଲେ ତହସିଲଦାର

ଆଠମଲ୍ଲିକ୮/୧୧: ଧାନ ବିଲରୁ ଫେରିବା ବେଳେ ଚାଷୀଙ୍କୁ କାନ ଧରି ଉଠ୍‌ବସ୍‌ କରାଇଲେ ତହସିଲଦାର।  ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଲେଜ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମାସ୍କ ଚେକିଂ ବେଳେ ୨ ଜଣ ଚାଷ କାର୍ଯ୍ୟ ସାରି ଫେରୁଥିଲେ। ଏହି ସମୟରେ ତହସିଲଦାର ତାଙ୍କୁ ଅଟକାଇ ଉଠବସ୍ କରାଇଥିବା ଅଭିଯୋଗ ହୋଇଛି। ଯେହେତୁ ୨ ଜଣ ମାସ୍କ ପିନ୍ଧିନଥିଲେ, ସେଥିପାଇଁ ତାଙ୍କୁ ଜରିମାନା କରିବା ବଦଳରେ ଚାଷୀଙ୍କୁ ଉଠ୍‌ବସ୍ କରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ତହସିଲଦାର ଶ୍ରୀ ସାହୁ ଜରିମାନା ବଦଳରେ ୧୦ ଥର ଉଠ୍‌ବସ ହେବା ପାଇଁ କହିଥିଲେ। ଫଳରେ ଗରିବ ଖଟିକିଆ ଚାଷୀ ଦୁଇଜଣ ଭୟରେ ଚାଷୀ ମାଗୁଣି ଆଠଥର ଓ ସୁଶାନ୍ତ ୧୦ ଥର ଉଠବସ ହୋଇଥିଲେ l ଏହା କିଶୋରନଗର ତହସିଲଦାର  ଶ୍ରୀ ସାହୁ ଦବଙ୍ଗଗିରୀ କରି ଉଠବସ କରାଇବା ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: