ଚାଷୀଙ୍କୁ ସାର ଯୋଗାଇବା ପ୍ରତିବାଦ ରେ ତହସିଲଦାରଙ୍କୁ ବିଜେପିର ଦାବିପତ୍ର

ଗଞ୍ଜାମ,୧୪/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଞ୍ଚଳରେ ଚାଷୀଙ୍କୁ ସାର ଯୋଗାଇବା ନିମନ୍ତେ ସୋମବାର ଦିନ ବିଜେପି ନେତା ଚିନ୍ମୟାନନ୍ଦ ମହାରାଜଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ ନିମନ୍ତେ କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।କିନ୍ତୁ ତହସିଲଦାର ଛୁଟିରେ ଥିବା ବେଳେ ଅତିରିକ୍ତ ତହସିଲଦାର ମଧ୍ୟ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ।ଫଳରେ ବିଜେପି କର୍ମକର୍ତ୍ତା ମାନେ ଜୟ ଶ୍ରୀରାମ ନାରା ଦେଇ କାର୍ଯ୍ୟାଳୟ ପରିସରରେ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇବା ପ୍ରତିବାଦ କରିଥିଲେ ଏବଂ କିଛି ସମୟ ପାଇଁ ଧାରଣାରେ ବସିଥିଲେ ।

WhatsApp Image 2020 09 14 at 4.34.00 PM

ଏହା ପରେ ତହସିଲ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ ଶିଶିର କୁମାର ସାବତଙ୍କୁ ମହନ୍ତ ଚିନ୍ମୟାନନ୍ଦ ମହାରାଜ, ବରିଷ୍ଠ ବିଜେପି ନେତା ,ଜିଲ୍ଲା ଉପସଭାପତି ପରେଶ ରଥ,ଶ୍ରୀକାନ୍ତ ପାଢ଼ୀଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ବନଜା ପଣ୍ଡା,ଏଲ.ମୋହନ ଦାସ,ନନ୍ଦକିଶୋର, ରାକେଶ ପଣ୍ଡା, ଏ. ବାବୁଲା ପାତ୍ର, ମିଟୁ ସାହୁ, ପ୍ରଶାନ୍ତ ପାଢ଼ୀ, ରବି ବରଡ଼,ଚନ୍ଦନ ମହାରଣା, ଅରବିନ୍ଦ ବିଷୋୟୀ, ଶେଖର ଦାସ, ରଞ୍ଜନ ଓ ସୁନିଲ ପ୍ରମୁଖ ଯୋଗ ଦେଇଥିଲେ ।କିନ୍ତୁ ଦାବିପତ୍ର ପ୍ରଦାନ କରି ଘରବାହୁଡା ହେବା ସମୟରେ ଅତିରିକ୍ତ ତହସିଲଦାର ସନାତନ ମାହାଳି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।ତେବେ ଅତିରିକ୍ତ ତହସିଲଦାର ଶ୍ରୀ ମାହାଳିଙ୍କୁ ବିଜେପି କର୍ମକର୍ତ୍ତା ଦେଖାକରି ପୁଣି ଚାଷୀଙ୍କ ସାର ସମସ୍ୟା ବିଷୟରେ ଅବଗତ କରାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!