ରାଜକନିକା,୬/୯ : କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ହାଟସାହି ଗ୍ରାମର ଚାଷୀ ଅମର ଜେନା(୪୯) ଶନିବାର ବିଲରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ସୋମବାର ଘଟଣାସ୍ଥଳରେ ପହଂଚିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳ ହାଟସାହି ଗ୍ରାମରେ ପହଛି ମୃତ ଚାଷୀଙ୍କ ପରିବାରକୁ ଭେଟି ସମଦେନା ଜଣାଇଛନ୍ତି । ତୁରନ୍ତ ରାଜ୍ୟ ସରକାର ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛି ଜିଲା ବିଜେପି କୃଷକ ମୋର୍ଚ୍ଚା । ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲା କୃଷକ ମୋର୍ଚ୍ଚାର ସଭାପତି ରଞ୍ଜିତ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବ୍ରଜସୁନ୍ଦର ଭୂୟାଁ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭକ୍ତବନ୍ଧୁ ମିଶ୍ର, କୃଷକ ମୋର୍ଚ୍ଚା ଜିଲା ସାଧାରଣ ସଂପାଦକ ବିଚିତ୍ର କୁମାର ପ୍ରଧାନ, ପଶ୍ଚିମ କନିକା ବିଜେପି ମଣ୍ଡଳ ସଭାପତି ଅନୁରାଧା ସାମଲ, କନିକା ସଦସର ସଭାପତି ରାଜେନ୍ଦ୍ର ବେହେରା, କୃଷକ ମୋର୍ଚ୍ଚାର ଜିଲା ସଂପାଦକ ସୁବାଶ ପାତ୍ର, ପୂର୍ବ କନିକା ମଣ୍ଡଳ ସଭାପତି ନିହାର ରଞ୍ଜନ ନାୟକ, ଆଳି ଏକ ନମ୍ବର ଜୋନ୍ ସଭାପତି ଓମ୍ ପ୍ରକାଶ ପତି, ନିଆଳ ମଣ୍ଡଳ ବିଜେପି ସଭାପତି ରାଜେନ୍ଦ୍ର ସାମଲ, କନିକା କୃଷକ ମୋର୍ଚ୍ଚାର ସଭାପତି ସରୋଜ ରାଉତ, କୃଷକ ମୋର୍ଚ୍ଚାର ହାଟସାହି ସଭାପତି ବୈଲୋଚନ ବେହୁରିଆ, ବଳଦେବଜୀଉ କୃଷକ ମୋର୍ଚ୍ଚାର ସଭାପତି ବଳରାମ ବେହେରା ଏବଂ ବେଣୁଧର ପରିଡ଼ା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ । ବିଲରେ ଧାନ ଚାଷ ନଷ୍ଟ ହୋଇଥିବାର ଏହି ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ । କ୍ଷେତ୍ର ପରିଦର୍ଶନ ପରେ କଂଟପଡ଼ା ନେଉଳଗଡ଼ିଆ ଠାରେ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ରାପଡ଼ା ଜିଲା କୃଷକ ମୋର୍ଚ୍ଚାର ସଭାପତିଶ୍ରୀ ଆଚାର୍ଯ୍ୟ କହିଛନ୍ତିଯେ, ମୃତ ଚାଷୀଙ୍କ ସ୍ତ୍ରୀର ଆଖିର ଲୁହକୁ ରାଜ୍ୟ ସରକାର ବୁଝିବା ଦରକାର । ବିଲରେ ପାଣି ନାହିଁ । ହେଲେ ବର୍ଷାକୁ ଛାଡ଼ି ବିକଳ୍ପ ବ୍ୟବସ୍ଥା କିଛି ନାହିଁ । ଉଠାଜଳସେଚନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚାଷୀ ଏବେ କ’ଣ କରିବେ ସେ ଚିନ୍ତାରେ ରହିଛନ୍ତି । ଏହି ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ରାଜ୍ୟ ବିଜେପି ବିଧାନସଭାରେ ପ୍ରଶ୍ନକାଳରେ ଉଠାଇବା ସହିତ ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ପୂର୍ବତନ ବିଧାୟକଶ୍ରୀ ନାୟକ କହିଥିଲେଯେ, ରାଜ୍ୟ ସରକାର କୃଷି ନୀତିକୁ ନେଇ ବିଭିନ୍ନ ନାମକରଣ କରୁଛନ୍ତି । ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ କ୍ଷେତ୍ର ଉପରେ ସବୁକିଛି ଫେଲ ମାରୁଛି । ଚାଷୀ ଯେଉଁ ଅବହେଳାର ଶୀକାର ହେଉଛି, ତାହା ଉପରେ ରାଜ୍ୟ ସରକାରଙ୍କ କାଳିଆ, ବଳରାମ ଯୋଜନା କିଛି ହେଲେ ପ୍ରଭାବ ପକାଇପାରୁ ନାହିଁ । ସ୍ୱଳ୍ପ ବର୍ଷା, ସାର ଅଭାବ ଏବଂ ଅଭାବୀ ଧାନ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଥିବାର ସେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |