କଳାହାଣ୍ଡି, ୨୭/୫(ସୁରେଶ ଚନ୍ଦ୍ର ସାହୁ:କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବୋରପଦର ପଞ୍ଚାୟତ ସ୍ଥିତ ଖଲିଆପାଲି ଉପ ଧାନ ମଣ୍ଡି ରେ ଚାଷୀ ଙ୍କ ଧାନ ଉଠୁ ନଥିବା କାରଣ ରୁ ଅନେକ ଅସୁବିଧା ର ସମ୍ମୁଖିନ ହେଉଥିଲେ ଚାଷୀ l ତେବେ ଏ ସମସ୍ୟା ବିଷୟ ରେ ଖବର ପାଇବା ପରେ ସହଯୋଗ କରିବା ପାଇଁ ଆଗେଇ ଆସି ସମସ୍ୟା ର ସମାଧାନ କରିଥିଲେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ-ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି)। ଅପରପକ୍ଷେ ଉକ୍ତ ଉପ ଧାନ ମଣ୍ଡି ରେ କିଛି ଅସାଧୁ ମିଲର୍ସ୍ ଚାଷୀ ଙ୍କ କଷ୍ଟ ଉପାର୍ଜିତ ଧାନ କୁ ୭ କେଜି ଲେଖାଏଁ କଟନି ଛଟନି କରିବା ସାଙ୍ଗ କୁ ଏପରି କି ଜରି ବସ୍ତା ରେ ଥିବା ଧାନ ଗୁଡିକୁ ଉଠେଇବା ପାଇଁ ମନା କରି ଦେଉଥିଲେ ମିଲର୍ସ l ଯାହା ଫଳରେ ଅନେକ ହଇରାଣ ହେବା ସହ ବିଭିନ୍ନ ସମସ୍ଯା ର ସମ୍ମୁଖିନ ହେଉଥିଲେ ଚାଷୀ । ଏପରି କି ଚାଷୀ ମାନେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ଯ କୌଣଷି ସୁଫଳ ମିଳି ନଥିବା କାରଣ ରୁ ଏସବୁ ସମସ୍ଯା କୁ ନେଇ ଜିଲ୍ଲା ବିଜେଡି ଉପ- ସଭାପତି ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳକୁ ଜଣାଇଥିଲେ । ପରେ ଏନେଇ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ମିଲର୍ସ ଙ୍କ ସହ ଆଲୋଚନା କରି ତୁରନ୍ତ ଚାଷୀଙ୍କ ଧାନ କୁ ଉଠେଇବା ପାଇଁ ଦାବି କରିଥିଲେ ଜିଲ୍ଲା ବିଜେଡି ଉପ- ସଭାପତି ଚିତ୍ତରଞ୍ଜନ ମଣ୍ଡଳ । ଫଳରେ ମିଲର୍ସ ମାନେ ଗାଡି ପଠେଇ ଚାଷୀଙ୍କ ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଅଞ୍ଚଳରେ ଏପରି ସମସ୍ୟାର ସମାଧାନ କରି ମହତ କାର୍ଯ୍ଯ କରିଥିବା ରୁ ସମସ୍ତ ଚାଷୀ ଓ ସମ୍ପୃକ୍ତ ଅଞ୍ଚଳ ବାସୀ ଶ୍ରୀ ମଣ୍ଡଳ ଙ୍କୁ ବେଶ ପ୍ରଶଂସା କରିବା ସହ କୃତଜ୍ଞତା ଜଣେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |