ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ଶାଖା ତରଫରୁ ରକ୍ତଦାନ ଶିବିର,୧୦୨ ୟୁନିଟ ସଂଗୃହୀତ

ଗଞ୍ଜାମ,୧୮/୯(ମନୋଜ ପାତ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ସେବା ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବିଜେପିର ଆବାହ୍ନ କ୍ରମେ ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ଶାଖା ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୦୨ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା,ପୂର୍ବତନ ଜିଲ୍ଲା ସଭାପତି କାନୂ ଚରଣ ପତି,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେଵ, ଆୟୋଜକ ତଥା ଚିକିଟି ନିର୍ବାଚନ ମଣ୍ଡଳୀର ଯୁବ ନେତା ମନୋରଞ୍ଜନ ଦିୟାନ ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ ।ଅଭିନବ ଦିଆନ ସାମନ୍ତରା,ଶ୍ରୀନିବାସ ଗୌଡ଼, ସୁଶାନ୍ତ ଗୌଡ଼,ଶିଶିନ୍ଦ୍ରୀ ଆଚାରି,ଲବ ପଣ୍ଡା, ରବୀନ୍ଦ୍ର ନାୟକ, ବି. ସାଇ ଶଙ୍କର ଆଚାରି, ଏସ.କାଳିଆ ରେଡି, କେ. ରାଜୁ,ଜ୍ୟୋତିରଞ୍ଜନ ପଟ୍ଟନାୟକ, ମୀନକେତନ ସାହୁ, ଭୈରବ ପଣ୍ଡା, ନିରଞ୍ଜନ ସାହୁ, କୈଳାଶ ସାହୁ, ଦୀନବନ୍ଧୁ ପ୍ରଧାନ, କେ. ସମୀର ଯାଦବ, ସଞ୍ଜୟ ମହାନ୍ତି, ସନ୍ତୋଷ ବେହେରା, ଶିବାନନ୍ଦ ବେଜ, ପ୍ରଦୀପ୍ତ ପ୍ରଧାନ, ବି. ଅଲେଖ ଆଚାରି, ଶଙ୍କର ପଣ୍ଡା, ମହେନ୍ଦ୍ର ସାହୁ, ସୁରେଶ ଘଡେଇ, ରଞ୍ଜନ କୁମାର ପ୍ରଧାନ, ଏଲ.ମିଥୁନ ପାତ୍ର, ଲକ୍ଷ୍ମୀକାନ୍ତ ସାହୁ,ଏଲ.ସାୱାନ ପାତ୍ର, ରୋହିତ କୁମାର ସେଠି, ଅଶୋକ କୁମାର ପଣ୍ଡା, ବ୍ରହ୍ମାନନ୍ଦ ସାହୁ, ସତ୍ୟନାରାୟଣ ଅଧିକାରୀ, ଲକ୍ଷ୍ମୀ ନାରାୟଣ ମିଶ୍ର, କେଦାରନାଥ ଅଧିକାରୀ ପ୍ରମୁଖ ରକ୍ତଦାନ କରିଥିଲେ ।ଏହି ଅବସରରେ ଅଜିତ ପ୍ରଧାନ, ଶିବରାମ ସେଠି, ଦେବତ ପଣ୍ଡା,ବି. ତ୍ରିନାଥ, ଧନୁ ଶବର, କରୁଣାକର ପ୍ରଧାନଙ୍କ ସହିତ ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।

WhatsApp Image 2020 09 18 at 9.08.26 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!