ଚିତାବାଘ ଛାଲ ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜଣେ ଗିରଫ

ବ୍ରହ୍ମପୁର,୧୫/୯(ମନୋଜ ପାତ୍ର):ଚନ୍ଦ୍ରଗିରି ଅଞ୍ଚଳରୁ ଚିତାବାଘ ଛାଲ ଚୋରା ଚାଲାଣ କରୁଥିବା ବେଳେ ବ୍ରହ୍ମପୁର ବନ ବିଭାଗ ସଦରଥାନା ଅନ୍ତର୍ଗତ ବାଲିପଡା ଗ୍ରାମ ନିକଟରେ ଏକ ଚିତାବାଘ ଛାଲ ମୂଲଚାଲ କରାଯାଉଥିବା ବେଳେ ଚଢ଼ାଉ କରିବା ସହ ଚିତାବାଘ ଛାଲ ସହ ଜଣେ ଯୁବକକୁ ଗିରଫ କରିଥିବା ଜାଣିବାକୁ ମିଳିଛି ।ଘଟଣା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ଦିଗପହଣ୍ଡି ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ପି. ସୁଶାନ୍ତ ରେଡି ଓ ଚନ୍ଦ୍ରଗିରି ଅଞ୍ଚଳର କଳିଆ ନାୟକ ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଗିରିରୁ ଏକ ବାଇକ ଯୋଗେ ଚିତାବାଘ ଛାଲ ଚୋରା ଚାଲାଣ କରୁଥିବା ବେଳେ ବ୍ରହ୍ମପୁର ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା ।ଏହି ଖବର ପାଇବା ପରେ ବ୍ରହ୍ମପୁର ଡିଏଫଓ ଅମ୍ଳାନ ନାୟକଙ୍କ ତତ୍ବାବଧାନରେ ବନବିଭାଗର ମୋବାଇଲ ଟିମ ବାଲିପଡା ଠାରେ ଚଢ଼ାଉ କରି ଏକ ଚିତାବାଘ ଛାଲ ଜବତ କରିବା ସହ ଚାଲାଣକାରୀ ବ୍ୟବହୃତ କରୁଥିବା ବାଇକ ମଧ୍ୟ ଜବତ କରିଛି ବନବିଭାଗ ।ତେବେ ଏହି ମାମଲାରେ କାଳିଆ ନାୟକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛି ।କିନ୍ତୁ ଗିରଫ ଅଭିଯୁକ୍ତ ସୁଶାନ୍ତ ରେଡିକୁ ଅଧିକ ତଦନ୍ତ କରାଯାଇଥିବା ବେଳେ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!