ଚିତ୍ତୋରଗଡ଼ରେ ଆରଏସ୍‌ଏସ୍‌ର ସଂଯୋଜକଙ୍କ ହତ୍ୟା

ନୂଆଦିଲ୍ଲୀ,୧।୬:ରାଜସ୍ଥାନର ଚିତ୍ତୋରଗଡ଼ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍‌)ର ସଂଯୋଜକ ରତ୍ନ ସୋନୀଙ୍କୁ ହତ୍ୟା ପରେ ଏଠାରେ ଉତ୍ତେଜନା ଦେଖାଯାଇଛି । ମୃତ ଆରଏସ୍‌ଏସ୍ କର୍ମୀ ଏକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ସଂପ୍ରଦାୟର ୩ରୁ ୪ ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ରତ୍ନ ସୋନୀଙ୍କ ମୃତ୍ୟୁ ହୋଇଥିଲା । ଆରଏସଏସ କର୍ମୀଙ୍କ ମୃତ୍ୟୁ ପରେ ହଜାର ହଜାର ଲୋକ ସହରର ପ୍ରମୁଖ ଛକରେ ରାତିସାରା ପ୍ରଦର୍ଶନ କରିଛନ୍ତି । ଉତ୍ତେଜିତ ଲୋକେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି । ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ଅଭିଯୁକ୍ତମାନଙ୍କର ପରିବାର ଲୋକଙ୍କୁ ଅଟକ ରଖିଛି । ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପୋଲିସ ସହରରେ ୧୪୪ ଧାରା ଲାଗୁ କରିଦେଇଛି । ଏଥି ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: