ମାଲକାନଗିରି, ୨୦/୫(ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ସନିକଟ ଓରାପଦର ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚିତ୍ରକୋଣ୍ଡା ଅନ୍ତର୍ଗତ ଦାମୋଦରବେଡା ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡି ୩ଜଣ ନିଖୋଜ ହେଇଥିବା ପ୍ରକାଶ। ନିଖୋଜଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ମିଳିଛି। ଆଜି ସକାଳେ ଗୋଟିଏ ମାଛଧରା ଡଙ୍ଗାରେ ଏଗାର ଜଣ ଲୋକ ଦାମୋଦରବେଡାରୁ ଓରାପଦର ଆସୁଥିବା ସମୟରେ ଦିନ ପ୍ରାୟ ୧୦ଟା ସମୟରେ ଜଳ ଭଣ୍ଡାର ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଡଙ୍ଗାରେ ମୋଟ ୧୧ ଜଣ ଯାତ୍ରୀ ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି। ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ବାରମ୍ବାର ଦଙ୍ଗାବୁଡି ସାଧାରଣ କଥା। ରାସ୍ତା ଘାଟ ସୁବିଧା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକମାନେ ବିପଦ ସଂକୁଳ ଅବସ୍ଥାରେ ଚିତ୍ରକୋଣ୍ଡା ସଦରକୁ ଆସିବା ପାଇଁ ବାଧ୍ୟ ହେଇଥାନ୍ତି। ଫଳରେ ବାରମ୍ବାର ନୌକା ଦୁର୍ଘଟଣା ସାଧାରଣ କଥାରେ ପରିଣତ ହେଇଛି। ପ୍ରଶାସନ ଅଞ୍ଚଳ ବାସୀଙ୍କୁ ଯନ୍ତ୍ରଚାଳିତ ବୋଟ ଯୋଗାଇଦେଲେ ଏସବୁ ବିପଦରୁ ରକ୍ଷା ମିଳି ପାରନ୍ତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |