ଚିତ୍ରକୋଣ୍ଡା ବିଡ଼ିଓଙ୍କ ସ୍ୱାଭିମାନ ଅଞ୍ଚଳ ପାଇଁ ବିକାଶ ଯୋଜନା

ମାଲକାନଗିରି, ୨୪/୫ (ଶ୍ରୀନିବାସ ପଣ୍ଡା) :– ଚିତ୍ରକୋଣ୍ଡା ବିଡ଼ିଓ ଟି. ପଦ୍ମନାଭ ଦୋରା ଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଆଜି ଜୁମଡାଙ୍ଗ ଗ୍ରସ୍ତ କରି ମାଗଣାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ସହ ଗ୍ରାମର ଜନସାଧାରଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରିଥିଲେ l ତା ସହିତ ଜବ କାର୍ଡ ମଧ୍ୟ ବଣ୍ଟାଯାଇଥିଲା। MGNREGS ର କେତୋଟି କାର୍ଯ୍ୟାଦେଶ ବଣ୍ଟାଗଲା,ପରିବାରର କେତେ ଜଣ ଚାଉଳ ପାଉ ନାହାନ୍ତି, ଭତ୍ତା ପାଉ ନାହାନ୍ତି ଏବଂ ତାର ଏକ ତାଲିକା ପ୍ରସ୍ତୁତି କରି ଆଣିଛନ୍ତି। କିଛି ଆଧାର କାର୍ଡ଼ରେ ଆନ୍ଧ୍ର ଠିକଣା ଅଛି ତାକୁ ସଂଶୋଧନ କରିବାକୁ ପଦକ୍ଷେପ ନେଇଥଲେ। କିନ୍ତୁ କରୋନା ପାଇଁ ଆଧାର କାର୍ଡ ଟିମ କୁ ସାଙ୍ଗରେ ନିଆଯାଇ ନ ଥିଲା.ପରେ ଟିମ ପଠାଇ ଆଧାର ଠିକଣା ସଂଶୋଧନ କରାଯିବ ବୋଲି ତହସିଲଦାର ଦୋରା ଲୋକମାନଙ୍କୁ ପ୍ରତିଶୃତି ବେଇଛନ୍ତି। ଗାଁ କୁ ରାସ୍ତା ଓ ସାହି ମଧ୍ୟରେ ରାସ୍ତା କରିବା ପାଇଁ ସ୍ଥିର କରାଯାଇଛି। ମିନି ଅଙ୍ଗନ ୱାଡ଼ି ଗୃହ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ବିଡ଼ିଓ ଙ୍କ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରଜନୀ କାନ୍ତ ଦାଶ, ସ୍ୱାସ୍ଥ୍ୟ କର୍ମି ସିମାଞ୍ଚଳ ସ୍ୱାଇଁ, ଜିଆରଏସ ମାଛୁ ଖରା ମଧ୍ୟ ବିଡ଼ିଓ ଙ୍କ ସହ ଯାଇଥିଲେ।

WhatsApp Image 2021 05 23 at 10.38.40 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: