ପୁରୀ,୪।୧ :ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୫ ଟି ରେଞ୍ଜ ରେ ୨୧ ଟି ଟିମ ନିୟୋଜିତ| ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚିଲିକାରେ ଆରମ୍ଭ ହୋଇ ଯାଇଛି ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ । ବାଲୁଗାଁ ବନଖଣ୍ଡ ଅଧିନରେ ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି । ଏଥିପାଇଁ ୨୧ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ( ଚିଲିକା , ସାତପଡ଼ା , ରମ୍ଭା , ନୂଆପଡା , ଟାଙ୍ଗି ) ରେ ସର୍ବମୋଟ ୨୧ ଟି ଟିମ ନିୟୋଜିତ ହୋଇଛନ୍ତି । ସ୍ଥଳ ପଥରେ ୨ ଟି ଟିମ ଏବଂ ଜଳ ପଥରେ ୧୯ ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଟିମ୍ ରେ ୫/୬ଜଣ ଗଣନାକାରୀ ଅଛନ୍ତି । ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ମତ୍ସଜୀବୀ ଏବଂ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ବାଇନାକୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , ବାର୍ଡ ଏକ୍ସପର୍ଟଙ୍କ ସାହାଯ୍ୟରେ ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟ ପାଇଁ ୧୦୦ ଜଣରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ ଟା ରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ଏବଂ ଏହି ଗଣନା କାର୍ଯ୍ୟରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା , OUAT ର କର୍ମଚାରୀ – ଛାତ୍ରଛାତ୍ରୀ , CDA ର କର୍ମଚାରୀମାନେ ସାମିଲ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |