ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ୨ ଶିକାରୀ ଗିରଫ

ଟାଙ୍ଗୀ ୨୮।୧: ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି ।ଚିଲିକାରେ ପକ୍ଷୀ ସୁରକ୍ଷା ବଳୟକୁ ଭେଦକରି ୨ ଜଣ ଶିକାରୀ ଅତି ଚତୁରତାର ସହ ବିଦେଶୀ ପକ୍ଷୀଙ୍କୁ ଜାଲ ଓ ଫାଶ ସାହାଯ୍ୟରେ ଶିକାର କରି ନାଚୁଣୀ ନିକଟ ହରିପୁର ରାସ୍ତାରେ ଯାଉଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ଦ୍ବାରା ଧରାପଡିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି । ଗିରଫ ଶିକାରୀ ଦୁଇ ଜଣ ହେଲେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଞ୍ଚଳର ଇଚ୍ଛାପୁର ଗାଁର ରାଜେଶ ମହାରଣା ଏବଂ ସୁଜିତ ସ୍ଵାଇଁ । ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି । ପାଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅତର୍କିତ ଚଢାଉ କରି ଧରପଗଡ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: