ଚୀନକୁ ଭାରତର ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ସାମ୍ବାଦିକ

ନୂଆଦିଲ୍ଲୀ ୧୯/୦୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି। ପୋଲିସର ଏ କାର୍ଯ୍ୟାନୁଷ୍ଠାନ ଅଫିସିଆଲ ସିକ୍ରେଟ ଆକ୍ଟ ମାଧମ୍ୟରେ ହୋଇଛି। ଅଭିଯୋଗ ହେଉଛି ରାଜୀବ ଶର୍ମା ଭାରତ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟକୁ ଚୀନ ଗୁଇନ୍ଦା ଏଜେନ୍ସିକୁ ଦେଉଥିଲା। ତାଙ୍କ ସହ ଦୁଇ ଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ପୋଲିସ୍ ଟିମ ଗିରଫ କରିଛି। ଏହା ସହ ସେମାନଙ୍କୁ ଜେରା କରି ଅନ୍ୟ ତଥ୍ୟ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଲାଇଛି ପୋଲିସ। ଆଜି ଦିଲ୍ଲୀ ପୋଲିସ୍ କହିଛି କ୍ରମାଗତ ଭାବେ ରାଜୀବ ଚୀନର ଗୁଇନ୍ଦା ଏଜେନ୍ସସିକୁ ଭାରତର ଗୁରୁତ୍ବପୂଣ୍ର୍ଣ ତଥ୍ୟ ଦେଉଥିଲା। ତାଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ସେଲ୍ କମ୍ପାନି ମାଧ୍ୟମରେ ଟଙ୍କା ଯୋଗାଉ ଥିଲେ। ଏହା ସହ ସେମାନଙ୍କ ପାଖରୁ ରକ୍ଷା କ୍ଷେତ୍ର ସହ ଜଡ଼ିତ କିଛି ଦସ୍ତାବିଜ୍ ମଧ୍ୟ ମିଳିଛି। ଦିଲ୍ଲୀ ପୋଲିସ୍ ଅନୁସାରେ ରାଜୀବକୁ ସେପ୍ଟେମ୍ବର ୧୪ରେ ଗିରଫ କରାଯାଇଥିଲା ଓ ସେପ୍ଟେମ୍ବର ୧୫ରେ ମାଜିଷ୍ଟେ୍ରଙ୍କ ସାମ୍ନାରେ ହାଜର କରାଯାଇ ଥିଲା। ୬ ଦିନ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି। ତେବେ ରାଜୀବଙ୍କ ଜାମିନ୍ ଯାଚିକା ସେପ୍ଟେମ୍ବର ୨୨ରେ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହେବ। କୁହାଯାଉଛି ଶର୍ମା ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆ, ଦ ଟ୍ରିବ୍ୟୁନ, ଫ୍ରି ପ୍ରେସ୍ ଜର୍ନାଲ ସମେତ ଅନ୍ୟ କିଛି ଖବରକାଗଜ ଓ ମିଡିଆ ସଂସ୍ଥା ପାଇଁ କାମ କରିସାରିଛି ରାଜୀବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!