ଚୀନର ଗୁଇନ୍ଦାଗିରି ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ନାଁ

ନୂଆଦିଲ୍ଲୀ,୧୪ ।୯: ଅନଲାଇନରେ ଚୀନ ୧୦ ହଜାରରୁ ଅଧିକ ଭାରତୀୟଙ୍କ ଗୁଇନ୍ଦାଗିରି କରୁଛି   ।   ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଜେଆଇ ରହିଛନ୍ତି । ଲିଷ୍ଟରେ ୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ୨୪ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାମ ବି ସାମିଲ ରହିଛି । ନେତା, ଖେଳାଳି, ବ୍ୟବସାୟୀଙ୍କ ଗୁଇନ୍ଦାଗିରି କରୁଛି ଚୀନ୍ । ଏହା ସହ ତାଲିକାରେ ଅଭିନେତା ଓ ମିଡିଆକର୍ମୀଙ୍କ ନାମ ବି ରହିଛି । ଚୀନର ଏହି ଲିଷ୍ଟରେ ୩୫୦ ସାଂସଦଙ୍କ ନାମ ରହିଛି । ଚୀନର ଗୁଇନ୍ଦାଗିରିକୁ ନେଇ ଲୋକସଭାରେ ନୋଟିସ କରିଛି କଂଗ୍ରେସ ।ଚୀନ୍‌ କମ୍ପାନୀଗୁଡିକ ସମସ୍ତ ବ୍ୟକ୍ତିବିଶେଷଙ୍କ ଡିଜିଟାଲ୍‌ ଜୀବନ ଶୈଳକୁ ଫଲୋ କରୁଛନ୍ତି । ଏହାସହିତ ସେମାନଙ୍କ ପରିବାର ଓ ସମର୍ଥକ କିପରି ଭାବେ କାମ କରୁଛନ୍ତି । ତାହା ଉପରେ ମଧ୍ୟ ନଜର ରଖୁଛନ୍ତି । ଚୀନ୍‌ କମ୍ପାନୀ ଏହି ସମସ୍ତ ଲୋକଙ୍କ ରିୟଲ ଟାଇମ୍‌ ଡାଟା ସଂଗ୍ରହ କରୁଛି, ଯାହାକି ଚୀନ୍‌ ସରକାରଙ୍କୁ ହସ୍ତାନ୍ତର କରିବ । ଏହି କମ୍ପାନୀ ଡାଟା ସଂଗ୍ରହ କରି, ଚୀନ୍‌ର ହ୍ରାଇବିଡ଼ ଓ୍ୱାର ନାମକ ଆଉ ଏକ କମ୍ପାନୀକୁ ହସ୍ତାନ୍ତ କରିଥାଏ । ଗୋଟିଏ ପଟେ LACରେ ଅନୁପ୍ରବେଶ କରି ଭାରତକୁ ଯୁଦ୍ଧ ପାଇଁ ଉସ୍‌କାଉଥିବା ବେଳେ ଅନ୍ୟ ପଟେ ଦେଶର ବଡ଼ ବଡ଼ ଲୋକଙ୍କ ଉପରେ ନଜର ରଖୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!