ନୂଆଦିଲ୍ଲୀ୨୮/୧୧: ଚୀନ୍ ସରକାର ଲାଗୁ କରିଥିବା କଠୋର କୋଭିଡ୍ କଟକଣା ବିରୋଧରେ ସଙ୍ଘାଇରେ ଚାଲିଥିବା ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ‘ବିବିସି’ର ଜଣେ ସାମ୍ବାଦିକଙ୍କୁ ଚୀନା ପୁଲିସ ମାଡ଼ ମାରି ଗିରଫ କରିଥିବା କଥା ରବିବାର ଦିନ ‘ବିବିସି’ କହିଛି। ‘ବିବିସି’ ରିପୋର୍ଟ ଅନୁସାରେ, ସଙ୍ଘାଇରେ ଚାଲିଥିବା ପ୍ରତିବାଦ ରାଲିରୁ ତଥ୍ୟ ସଂଗ୍ରହ କରୁଥିବା ବେଳେ ‘ବିବିସି’ ସାମ୍ବାଦିକଙ୍କୁ ହାତକଡ଼ି ପକାଯାଇଥିଲା। କିନ୍ତୁ, କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଗଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବ୍ରିଟିସ୍ ପବ୍ଲିକ୍ ସର୍ଭିସ୍ ବ୍ରଡ୍କାଷ୍ଟର୍’ର ଜଣେ ମୁଖପାତ୍ର କହିଛନ୍ତି, ଆମ ସାମ୍ବାଦିକ ଏଡ୍ ଲରେନ୍ସ୍ଙ୍କ ପ୍ରତି କରାଯାଇଥିବା ବ୍ୟବହାର ଯୋଗୁଁ ‘ବିବିସି’ ଖୁବ୍ ଚିନ୍ତିତ। ସଙ୍ଘାଇ ପ୍ରତିବାଦ ସମୟରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ତାଙ୍କୁ ହାତକଡ଼ି ପକାଇ ଗିରଫ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |