ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହିତ ଅଜିତ୍ ଡୋଭାଲଙ୍କ ଆଲୋଚନା

ନୂଆଦିଲ୍ଲୀ ୨୫/୦୩ : ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି  ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଭେଟି ତାଙ୍କ ସହିତ ପାଖାପାଖି ଏକ ଘଣ୍ଟା ଆଲୋଚନା କରିଛନ୍ତି। ଶୀଘ୍ର ସୀମାରୁ ସୈନ୍ୟ ହଟାଇବା ଉପରେ ଜୋର ଦେଇଛି ଭାରତ । ଏହା ପରେ ଯାଇ ଦ୍ୱିପାକ୍ଷିକ ସମ୍ବନ୍ଧ ସ୍ୱାଭାବିକ ହେବ ବୋଲି ଚୀନ ପ୍ରତିପକ୍ଷଙ୍କୁ  କହିଛନ୍ତି ଅଜିତ୍ ଡୋଭାଲ ।  ଶାନ୍ତି ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବ ବୋଲି ଭାରତ କହିଛି ।  ଚୀନ ସହିତ ଭାରତର ସଂପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଇ’ଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ୧୯୯୩-୯୬ରେ ସ୍ବାକ୍ଷରିତ ଶାନ୍ତି ଓ ସଦ୍ଭାବ ଚୁକ୍ତିର ବିପରୀତ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟଙ୍କ ଉପସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ନାହିଁ । ଯେଉଁ ଦିନ ପର୍ଯ୍ୟନ୍ତ ସୀମାରେ ସୈନ୍ୟ ଥିବେ ସଂପର୍କରେ ସ୍ବାଭାବିକତା ଆସିବ ନାହିଁ ।୨୦୨୦ରେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ସର୍ବୋଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା । ଭାରତ ଓ ଚୀନ ମଧ୍ୟରେଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଅନେକଥର ଦ୍ୱିପାକ୍ଷିକ ଆଲୋଚନା ହୋଇସାରିଲାଣି । ପୂର୍ବ ଲଦାଖରେ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିବା ପାଇଁ ଭାରତ ଚୀନକୁ ଅପିଲ କରିଛି। ୱାଙ୍ଗ ୟି ଓ ଅଜିତ ଡୋଭାଲଙ୍କ ମଧ୍ୟରେ ସୌହାର୍ଦ୍ଦ ପୂର୍ଣ୍ଣ ବାତାବରଣରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି ।ଏହି ଆଲୋଚନାକୁ ଆଗକୁ ବଢାଇବା ପାଇଁ ଚୀନ ଗସ୍ତ କରିବାକୁ ୱାଙ୍ଗ ୱି ଭାରତ ପ୍ରତିପକ୍ଷଙ୍କୁ ଆମନ୍ତ୍ରଣ କରିଛନ୍ତି । ଡୋଭାଲ ଏହା ଉପରେ ସକରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି, ଶୀଘ୍ର ବିବାଦୀୟ ପ୍ରସଙ୍ଗର ସଫଳତାପୂର୍ବକ ସମାଧାନ କରାଯିବା ପରେ ସେ ଚୀନ ଯାତ୍ରା କରିବେ ବୋଲି   ପ୍ରତିଉତ୍ତର ଦେଇଛନ୍ତି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: