ଚୈତ୍ର ମେଳାକୁ ନେଇ ଗାଇଡଲାଇନ୍ ଜାରି

ବ୍ରହ୍ମପୁର,୧୨ ।୩ : ତାରା ତାରିଣୀଙ୍କ ଚୈତ୍ର ମେଳା ନେଇ ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି । ଏଥର କେବଳ ଗଞ୍ଜାମ ଜିଲ୍ଲା ଲୋକଙ୍କୁ ଚୈତ୍ର ମେଳା ଯିବାକୁ ଅନୁମତି ମିଳିଛି । ଜିଲ୍ଲା ବାହାରର କୌଣସି ଲୋକଙ୍କୁ ମନ୍ଦିରକୁ ଆସିବାକୁ ଅନୁମତି ଦିଆଯାଇନାହିଁ । ମୁଣ୍ଡନ ସ୍ଥଳକୁ ୬୦ ବର୍ଷରୁ ଅଧିକ ଲୋକ ଯିବାକୁ ବାରଣ ହୋଇଛି । ଘାଟି ରାସ୍ତାରେ ଚାଲି ଚାଲି ମନ୍ଦିର ଯିବା ମନା ହୋଇଥିବା ବେଳେ ନିର୍ଦ୍ଧାରିତ ବସରେ ଲୋକମାନେ ମେଳାକୁ ଯାଇପାରିବେ । ଏହା ସହ ଉପରବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: