ଭୁବନେଶ୍ୱର,୨୫ା୫: ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ମିଳିବ ୱାଇଫାଇ|ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ । ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏବେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ୱାଇଫାଇ ସହ ଏକ ଜିବି ଡାଟା ସୁବିଧା ଯୋଗାଇ ଦିଆଯିବ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ଉପଭୋଗ କରିପାରିବେ । ଚଳିତ ବର୍ଷର ଆଗାମୀ ପାଠ୍ୟକ୍ରମ ସମୟୁ ଏହି ନିୟମକୁ ଲାଗୁ କରାଯିବ । ଡାଟା ଯୋଗାଇବାକୁ ଆଇଟି ବିବାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |