ମାଧେପୁରା ୧୬/୦୯: ବିହାରର ମାଧେପୁରାରେ ଘଟିଛି ଅଭାବନୀୟ ଘଟଣା। ଗାଡ଼ିଆରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ବୁଡ଼ିଗଲେ ୫ ପିଲା । ସେମାନଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ। ମୃତକଙ୍କ ମଧ୍ୟରେ ଚାରି ଜଣ ଝିଅ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି। ତାକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣ ବୁଡ଼ିଯାଇଥିଲେ। ସେମାନଙ୍କ ସହିତ ଅନ୍ୟ ପିଲାମାନେ ମଧ୍ୟ ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖଆଖରେ ଥିବା ଲୋକେ ସେଠାରେ ପହଞ୍ଚିଥିଲେ। କିଛି ଲୋକ ଗାଡ଼ିଆରେ ପଶି କିଛି ପିଲାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ୫ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା।ଖବର ପାଇଁ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |