ଜଗତପୁରରେ ନକଲି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

ଚୌଦ୍ୱାର, ୨୨/୦୧: ଜଗତପୁର ସ୍ଥିତ ସମୀକ୍ଷା ନଗରରେ ଜଗତପୁର ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ । ଚଢ଼ାଉ ସମୟରେ ବିଭିନ୍ନ ପ୍ରକାରର ଅପମିଶ୍ରିତ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ବିଭିନ ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ଦୀର୍ଘ ୨ବର୍ଷ ହେବ ଏହି ଅପମିଶ୍ରିତ କରଖାନାଟି ଏକ ବିଲ୍ଡିଂର କବାଟ ବନ୍ଦ କରି ଚାଲୁ ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ପୋଲିସ ଚଢ଼ାଉ କରିଥିଲା । ମୁଖ୍ୟତଃ ଓରିମିକ୍ସ ବ୍ରାଣ୍ଡର ପ୍ୟାକେଟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକିଙ୍ଗ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିଲା । ଆଜି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ସହିତ ବ୍ୟବହୃତ ହେଉଥିବା ଚକ୍‌ ମକିୟା ପଲଥିନ ଓ ବହୁ ଯନ୍ତ୍ରାଂଶକୁ ପୋଲିସ ଜବତ କରିବା ସହ ମାଲିକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: