ଜଗଦଳପୁରରେ ଗଡିଲା ସଚେତନତା ରାଜସ୍ୱ ରଥ

ମୁନିଗୁଡା ୨୧/୫(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କ ହାତ ପାଆନ୍ତାରେ ରାଜସ୍ବ ସେବା ଯୋଗାଇବା ଉଦେଶ୍ୱରେ ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲା ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏଥିରେ ରାଜସ୍ୱ ପରିଦର୍ଶକ ପତିତପାବନ ରଥ,ଜଗଦଲପୁର ରାଜସ୍ୱ ନିରିକ୍ଷକ ବାଳକୃଷ୍ଣ ରଥ,ସହାୟକ ରାଜସ୍ୱ ନିରିକ୍ଷକ ସସ୍ମିତା ନାଗବଂଶ, ରାଜସ୍ୱ ନିରିକ୍ଷକ ତେଲେଙ୍ଗାପଦର, ବିଶ୍ଵନାଥ ସବର ପ୍ରମୁଖ ଉପସ୍ଥିତ ରହି “ତହସିଲ ସେବା ଆମ ଗାଁରେ” ବୋଲି ଆହ୍ୱାନ ଦେଇ ମୁନିଗୁଡା ରାଜସ୍ବ ଅଞ୍ଚଳରେ ରାଜସ୍ବ ରଥ ବୁଲି ବୁଲି ଲୋକଙ୍କୁ ସଚେତନତା କରିଥିବା ଜଣାପଡିଛି l ଏହି ଅବସରରେ ମୁନିଗୁଡା ତହସିଲା ଅଞ୍ଚଳର ଶରଧାପୁର ପଞ୍ଚାୟତର ଗୁଣ୍ଡୁରିଗୁଡା ଗ୍ରାମରେ 16 ଟି ଜଙ୍ଗଲ ଜମି ପଟା,ତୁଳସିପଦର ଗ୍ରାମର 3 ଟି ଜଙ୍ଗଲ ଜମି ପଟା ଓ ଉଦୟପୁର ମାଳୀ’ଗାଁ ରେ 20 ଟି ଘର ଡିହ ପଟା ବଣ୍ଟନ କରାଯାଇଛି l ତେବେ ରାଜ୍ୟ ସରକାର ଯେଉଁ ଉଦେଶ୍ୟ ନେଇ କରୋନା ସମୟରେ ଲୋକେ ନିଜ ଘରେ ରହି ଉତ୍ତମ ରାଜସ୍ବ ସେବା ପାଇବା ପାଇଁ କରାଯାଇଥିବା ଏହି ଅଭିଯାନ ସଫଳ ରୂପାୟନ ହେଉଥିବ ଦେଖାଯାଉଛି l

WhatsApp Image 2021 05 21 at 7.26.57 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: