ଜଗଦଳପୁର ଗ୍ରାମବାସୀଙ୍କ ଦ୍ୱାରା ଜାନିବିଲି ପ୍ରକଳ୍ପ ରାସ୍ତା ଅବରୋଧ ସହ ଗଣଧାରଣା:ଲିଖିତ ପ୍ରତିଶ୍ରୁତି ପରେ ହଟିଲେ ଗ୍ରାମବାସୀ।

ବ୍ରହ୍ମପୁର-୧୫/୩(ମନୋଜ କୁମାର ପାତ୍ର):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀଙ୍କ ଦ୍ୱାରା ଜାନିବିଲି ପ୍ରକଳ୍ପ ସମ୍ମୁଖରେ ସୋମବାର ଦିନ ୧୦ ଘଣ୍ଟା ସମୟରେ ରାସ୍ତା ଅବରୋଧ ସହ ଗଣଧାରଣା ଦିଆଯାଇଥିଲା।ବ୍ରହ୍ମପୁର ସହର ବାସୀ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୫୨ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ନିମନ୍ତେ ଜାନିବିଲି ଜଳ ପ୍ରକଳ୍ପ କାର୍ଯ୍ୟ କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ଜଗଦଳପୁର ମୌଜାର ୨୦ ଏକର ଗୋଚର ଜମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଯେଉଁ ଗ୍ରାମରେ ଜାନିବିଲି ଜଳ ପ୍ରକଳ୍ପ ସ୍ଥାପନ ହୋଇଛି ସେହି ଅଞ୍ଚଳକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇନାହିଁ।କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ପ୍ରକଳ୍ପ ଅଧିକାରୀ ମାନେ।ଯାହାଫଳରେ ଏହାକୁ ଘୋର ବିରୋଧ କରି ଜଗଦଳପୁର ଗ୍ରାମର ଶତାଧିକ ପୁରୁଷ, ମହିଳା,ଯୁବକ, ଯୁବତୀ,ବୁଦ୍ଧିଜୀବି,ସମାଜସେବୀ ଓ ବିଭିନ୍ନ ସଂଘଠନ ପକ୍ଷରୁ ଏକତ୍ରିତ ହୋଇ ସ୍ଥାନୀୟ ବିଧାୟକଙ୍କ ସମେତ ପ୍ରକଳ୍ପ ଅଧିକାରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ତୀବ୍ର ସମାଲୋଚନା କରିଥିଲେ।ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ବ୍ଲକ ବିଡିଓ ଗଦାଧର ପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶୀନୀ ମିଶ୍ର ,ଆର ଡବ୍ଲୁ ଏସ୍ ଏସ୍ ଉପନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିବାକୁ ନାରାଜ ଥିଲେ।ପୁଣି ଆର ଡବ୍ଲୁ ଏସ୍ ଏସ୍ ଉପନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରାଙ୍କ ଦ୍ଵାରା ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଅହରିଥିଲେ।ଲିଖିତ ଆକାରରେ ଦେଇଥିବା ପ୍ରତିଶ୍ରୁତିରେ ଜଗଦଳପୁର ଗ୍ରାମର ୱାର୍ଡ ନମ୍ବର-୧, ୨, ଇନ୍ଦିରା ଆବାସ କଲୋନୀ ଏବଂ ବାଉରୀ ସାହିକୁ ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇଦିଆଜିବ। ୬ମାସ ମଧ୍ୟରେ ବସୁଧା ଯୋଜନା ପ୍ରକଳ୍ପ ସାରିବାକୁ ପ୍ରତିଶୃତି ଦେଇଛନ୍ତି।ଜଗଦଳପୁର ଗ୍ରାମର ଅନ୍ୟ ସବୁ ୱାର୍ଡ ବାସୀଙ୍କୁ ବର୍ତ୍ତମାନ ୭ ଦିନ ମଧ୍ୟରେ ଅସ୍ଥାୟୀ ଜଳ ଯୋଗାଣ ନିମନ୍ତେ ପ୍ରତିଶୃତି ଦେଇଛନ୍ତି।

WhatsApp Image 2021 03 15 at 9.02.44 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: